ଆଜିଠୁ ପୁଣି ବଢିବ ଶୀତ, ଖସିବ ରାତି ତାପମାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ପୁଣି ବଢିବ ଶୀତ, ଖସିବ ରାତି ତାପମାତ୍ରା । ଗତ କିଛି ଦିନ ଧରି ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ବେଳେ ରାତିରେ ଶୀତର ପ୍ରକୋପ ମଧ୍ୟ ଜାରି ରହିଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଜି. ଉଦରଗିରିରେ ୭ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ରାତିରୁ ରାଜ୍ୟର ପାରଦସ୍ତର ଖସିବା ଆରମ୍ଭ ହେବ ।
ରାତି ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପରବର୍ତ୍ତୀ ଦୁଇ ତିନି ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

You May Also Like

More From Author

+ There are no comments

Add yours