Wed. Oct 14th, 2026

ସଡକ ଦୁର୍ଘଟଣା, ଅମାନିଆ ଗାଡି ଚାଳନାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଅନେକ ନିୟମ ଲାଗୁ କରୁଛି ।ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉଛି । ଏହାରି ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଚାଲାଣ ଆଦାୟ କରିବାକୁ ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ । ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଧିକାରୀଙ୍କୁ ମାସିକ ଟାର୍ଗେଟ ଦେଇଛି ପରିବହନ ବିଭାଗ । ଏଥିପାଇଁ କେଉଁ କେଉଁ ଆଧାରରେ ଲୋକଙ୍କର ଚାଲାଣ କଟିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଏଥିସହ କେଉଁ ଜିଲ୍ଲାରୁ କେତେ ଫାଇନ ବା ଚାଲାଣ କଟାଯିବ ସେ ନେଇ ମଧ୍ୟ ଏକ ନିର୍ଦ୍ଧାରିତ ଧାର୍ଯ୍ୟ ମୂଲ୍ୟ ଲକ୍ଷ୍ୟ ଦିଆଯାଇଛି ।ଏଥିରେ କେବଳ ଆରଟିଓ ଅଧିକାରୀ ନାହାଁନ୍ତି ବରଂ ତାଙ୍କ ଅଧିନରେ ଥିବା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ମୋଟର ଭେଇକିଲ ଇନସ୍ପେକ୍ଟର, ଅତିରିକ୍ତ ମୋଟର ଭେହିକିଲ ଇନସ୍ପେକ୍ଟରଙ୍କ ସହ ଟିଆଇମାନଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ମାସ ୭ତାରିଖ ସୁଧା ଏହାର ରିପୋର୍ଟ ଆରଟିଓ ଅଧିକାରୀମାନେ ପରିବହନ ବିଭାଗ ମୁଖ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେଉଁ କେଉଁ ଆଧାରରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ରହିଛି ।

ତେବେ ଗାଡିର ପଛ ଲାଇଟ୍ ଜଳୁ ନଥିଲେ କଟିବ ଫାଇନ । ମାଲ ବୋଝେଇ ଗାଡିରେ ଯାତ୍ରୀ ପରିବହନ ନିଷେଧ ରହିଛି । ଏଥିପାଇଁ ଯଦି ନିୟମ ଭାଙ୍ଗୁଛନ୍ତି ମଧ୍ୟ ଚାଲାଣ କଟିବାର ପ୍ରାବଧାନ ରହିଛି । ଏହାସହ ମାଲ ବୋଝେଇ କ୍ଷମତା ଠାରୁ ଅଧିକ ମାଲ ପରିବହନ କଲେ ଚାଲାଣ କଟିବ । ଭୁଲ ଯାଗାରେ ପାର୍କିଂ କରିଥିଲେ ଗାଡି ଫାଇନ କଟିବ । ଏନେଇ ପାର୍କିଂ ନିଷେଧ ଅଞ୍ଚଳରେ ଗାଡି ରଖନ୍ତୁ ନାହିଁ । ରାସ୍ତାର‌ ଭୁଲ ପାର୍ଶ୍ଵରେ ଗାଡି ଚଲାଉ ଥିଲେ ଫାଇନ କଟି ପାରେ । ବିନା ସିଟ ବେଲ୍ଟରେ ଗାଡି ଚଲାଉଥିଲେ କଟିବ ଫାଇନ । ବିନା ହେଲମେଟରେ ଦୁଇ ଚକିଆ ଚଲାଇଲେ କଟି ଚାଲାଣ । ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର କରିଲେ ପଡିବ । ମଦ୍ୟ ପାନ କରି ଗାଡ଼ି ଚଳାଇଲେ ଫାଇନ କଟିବ ଚାଲାଣ । ନିର୍ଦ୍ଧାରିତ ବେଗ ଠାରୁ ଦୃତ ଗତିରେ ଗାଡି ଚଳାଇଲେ କଟିବ ଚାଲାଣ । ଗାଡ଼ିର ପଛ ଲାଇଟ୍ ନଜଳିଲେ ଫାଇନ କଟିବ । ଶୃଙ୍ଖଳିତ ଗାଡି ଚଳାଚଳ ପାଇଁ ଅନେକ ନିୟମ କରିଛି ପରିବହନ ବିଭାଗ ।

Leave a Reply

Your email address will not be published. Required fields are marked *