Wed. Oct 14th, 2026

ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ନିୟମ ସାମ୍ନାକୁ ଆସିଛି। ଏଣିକି ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ପ୍ରସବ କରାଗଲେ ସ୍ୱାସ୍ଥ୍ୟ ବିଭାଗକୁ ଜବାବ୍‌‌ ଦେବାକୁ ହେବ। ପ୍ରକୃତରେ ଅସ୍ତ୍ରୋପଚାର ଆବଶ୍ୟକ ଥିଲା କି ନାହିଁ ତାହା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବେ। ଉପଯୁକ୍ତ କାରଣ ନ ଥାଇ ଅସ୍ତ୍ରୋପଚାର କରାଯାଇ ଥିଲେ କ୍ଲିନିକାଲ ଏଷ୍ଟାବ୍ଳିସମେଣ୍ଟ ଆକ୍ଟ ଅନୁସାରେ ସମ୍ପୃକ୍ତ ଘରୋଇ ଡାକ୍ତରଖାନା, ନର୍ସିଂହୋମ୍‌‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ ଅସ୍ତ୍ରୋପଚାର ପ୍ରସବର ଅଡିଟ୍‌‌ ପ୍ରକ୍ରିୟାରେ କେବଳ ସରକାରୀ ଡାକ୍ତରଖାନା ସାମିଲ ଥିବା ବେଳେ ଏଣିକି ଘରୋଇ ଡାକ୍ତରଖାନାକୁ ଏହାର ପରିଧି ମଧ୍ୟକୁ ଅଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲାର ସିଡିଏମ୍‌‌ଓ/ପିଏଚ୍‌‌ଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *