ଅଜିତ କୁମାର ମହାନ୍ତିଙ୍କୁ ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଦାୟିତ୍ଵ

ଜାତୀୟ ସ୍ତରରେ ଚମକିଲେ ଆଉ ଜଣେ ଓଡ଼ିଆ। ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି । ଏହା ସହ ସେ ମଧ୍ୟ ଆଣବିକ ଶକ୍ତି ବିଭାଗର ସଚିବ ପଦରେ ରହିବେ । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏନେଇ ଅନୁମୋଦନ ଦେଇଛି । ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।ଡକ୍ଟର ଅଜିତ କୁମାର ମହାନ୍ତି ୨୦୧୯ରୁ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ୧୩ ତମ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ ।୧୯୫୯ ଜନ୍ମିତ ଡକ୍ଟର ମହାନ୍ତି ୧୯୭୯ରେ ବାରିପଦାସ୍ଥିତ ‘ଏମ୍‌. ପି. ସି. କଲେଜ’ରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ୧୯୮୧ରେ କଟକସ୍ଥିତ ରେଭେନ୍‌ସା କଲେଜରୁ ସ୍ନାତକୋତ୍ତର କରିଥିଲେ। ଏହାପରେ, ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ଟ୍ରେନିଙ୍ଗ୍‌ ସ୍କୁଲ୍‌ରୁ ୨୬ତମ ବ୍ୟାଚ୍‌ରେ ସ୍ନାତକ ହାସଲ କରି ୧୯୮୩ରେ ସେ ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ‘ନ୍ୟୁକ୍ଲିୟର୍‌ ଫିଜିକ୍ସ୍‌ ଡିଭିଜନ୍’ରେ ଯୋଗ ଦେଇଥିଲେ। ଏହାଛଡ଼ା, ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସେ ଡକ୍ଟରେଟ୍‌ ପାଇଥିଲେ।

You May Also Like

More From Author

+ There are no comments

Add yours