ମୋଦିଙ୍କ ମନ୍ କୀ ବାତ୍ ରେ ଓଡ଼ିଆ ତା ବିକାଳୀ ଯେ କଥା। ଗରିବ ପିଲାଙ୍କ ଶିକ୍ଷା ପାଇଁ ଅଭିଯାନ ଚଳାଇଥିବା ଓଡ଼ିଶାର କଟକ ସହରର ଚା ବିକ୍ରେତା ସ୍ବର୍ଗତ ଡି. ପ୍ରକାଶ ରାଓଙ୍କ କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣରେ ସ୍ମରଣ କରିଛନ୍ତି।ଶିକ୍ଷା କ୍ଷେତ୍ରରେ ନିଃସ୍ବାର୍ଥ ଭାବେ କାର୍ଯ୍ୟ କରୁଥିବା ଏଭଳି ଅନେକ ବ୍ୟକ୍ତିଙ୍କ ପ୍ରଚେଷ୍ଟା ଆମେ ‘ମନ୍ କୀ ବାତ୍’ରେ ଅବତାରଣା କରିଛନ୍ତି। ଆପଣମାନଙ୍କର ସ୍ମରଣ ଥାଇପାରେ ଥରେ ଆମେ ଓଡ଼ିଶାର ଚା ବିକ୍ରେତା ସ୍ବର୍ଗତ ଡି. ପ୍ରକାଶ ରାଓଙ୍କ କଥା ଆଲୋଚନା କରିଥିଲେ। ଗରିବ ପିଲାଙ୍କୁ ଶିକ୍ଷିତ କରିବା ଥିଲା ତାଙ୍କର ‘ମିସନ୍’ ବା ଜୀବନର ଲକ୍ଷ୍ୟ।