Wed. Oct 14th, 2026

ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖୁସି ଖବର। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କଲିଂ ନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ସହ , ଟ୍ରାଇ ସ୍ପାମ୍‌କଲ୍‌ ଓ ଏସଏମଏସ୍‌ ଉପର ରୋକ୍ ଲଗେଇବାକୁ ଏକ ଫିଲ୍ଟର ବ୍ୟବହାର କରିବ। ଟେଲିକମ୍ ଅଥୋରିଟି ସବୁ ଫାର୍ମ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ନିଜର ଫୋନ୍‌ କଲ୍‌ ଓ ମେସେଜ୍ ସର୍ଭିସ୍‌ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସ୍ପାମ୍‌ ଫିଲଟର ଲଗାନ୍ତୁ।ନୂଆ ନିୟମ ଅନୁସାରେ, ଟ୍ରାଇ ସବୁ ଟେଲିକମ୍‌ କମ୍ପାନୀ ଗୁଡ଼ିକୁ ୧ ମଇରୁ ପ୍ରଥମେ କଲ୍‌ ଓ ମେସେଜ୍‌ ଫିଲଟର ଲାଗୁ କରିବାକୁ କହିଛି। ଏହି ଫିଲଟର ୟୁଜରଙ୍କୁ ଫେକ୍‌ କଲ୍‌ ଓ ମେସେଜ୍‌ରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଟ୍ରାଇ ସ୍ପାମ୍‌ ବା ଫେକ୍‌ କଲ୍ସ ଉପରେ ରୋକ୍‌ ଲଗେଇବାକୁ ଦୀର୍ଘ ସମୟରୁ କାମ କରୁଛି। ଟ୍ରାଇ ନକଲି କଲ୍‌ ଓ ଏସଏମଏସ୍‌କୁ ରୋକିବା ପାଇଁ ନିୟମ ତିଆରି କରିବାକୁ ପ୍ଲାନିଂ କରୁଛି। ଏହି ଅନୁସାରେ ଟ୍ରାଇ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ୱର ଉପରେ କରାଯାଉ ଥିବା ପ୍ରମୋସନାଲ କଲ୍ସକୁ ବନ୍ଦ କରିବାକୁ ଦାବି କରିଛି। ଏହା ବ୍ୟତୀତ ଟ୍ରାଇ କଲର ଆଇଡି ଫିଚର ମଧ୍ୟ ନେଇ ଆସିଛି। ଯେଉଁଥିରେ କଲର୍‌ର ନାମ ଓ ଫଟୋ ଡିସପ୍ଲେ ହେବ।ସେପଟେ ଭାରତୀୟ ଟେଲିଫୋନ ଜିଆଣ୍ଟ ଏୟାରଟେଲ ଘୋଷଣା କରିଛି ଯେ, ସେ ଏଆଇ ଫିଲଟରକୁ ପ୍ରଥମେ ଆଣିବ। ଜିଓ ଫେକ୍‌ କଲ୍‌ ଓ ଏସଏମଏସ ପାଇଁ ଏଆଇ ଫିଲଟର ସ୍ଥାପନ କରିବାର ପ୍ଲାନିଂର ଖୁଲାସା କରିଛି। ଏହି ଦୁଇ କମ୍ପାନୀ ଟ୍ରୁକଲର୍‌ ଆପ୍‌ ସହ ମଧ୍ୟ କଥାବାର୍ତ୍ତା କରୁଛି, କିନ୍ତୁ କଲର ଆଇଡି ଫିଚରକୁ ଲାଗୁ କରିବାରେ ଦୂରେଇ ରହିଛି, କାରଣ ଏଥିରେ ପ୍ରାଇଭେସିର ସମସ୍ୟା ହୋଇପାରେ ।

Leave a Reply

Your email address will not be published. Required fields are marked *