ଓଡ଼ିଶା ଟ୍ୟାଲେଂଟ୍ ହଂଟରେ ଯୋଗଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା ଟ୍ୟାଲେଂଟ୍ ହଂଟ୍ ଚୟନ କାଯ୍ୟକ୍ରମରେ ଯୋଗଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ । ରାଜ୍ୟର ୮ଟି ଜିଳ୍ଲାରୁ ମୋଟ ୨୧୮ ଜଣ ଯୁବ ପ୍ରତିଭା ଏଠାରେ ନିଜର ବୋଲିଂ ପ୍ରଦର୍ଶନ କରିବେ । ସେମାନଙ୍କ ମଧ୍ୟରୁ ୫ରୁ ୧୦ ଜଣ ଖେଳାଳୀଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ବିକାଶ ପ୍ରଧାନ । ରାଜ୍ୟର ୫ଟି ଜୋନରେ ଏହିଭଳି ଯୁବ ପ୍ରତିଭା କ୍ରିକେଟ ଖେଳାଳୀ ଚୟନ ଚାଲୁରହିଛି । ଚୟନ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଖେଳାଳି କଟକ ବାରବାଟି ଷ୍ଟାଡ଼ିୟମରେ ହେବାକୁ ଥିବା ତାଲିମ ଶିବିରରେ ଯୋଗଦେବେ । ସେଠାରେ ଆର୍ନ୍ତଜାତୀୟ ବାମହାତି ସ୍ପିନର ଭେଙ୍କଟପତି ରାଜୁ ଏହି ଖେଳାଳିମାନଙ୍କୁ ତାଲିମ ପ୍ରଦାନ କରିବେ । ତେବେ ଆଜିର ଏହି ଚୟନ ପ୍ରକ୍ରିୟାରେ କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ, ଶୁଭ୍ରଜିତ୍‌, ଦିନେଶ ମୋଙ୍ଗିଆ, ଖୋର୍ଦ୍ଧା କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ଚଣ୍ଡି ପ୍ରସାଦ ଆଚାର୍ଯ୍ୟ. କାଜଲ ବଳିୟାରସିଂ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours