Thu. Oct 15th, 2026

ବିମାନରେ ବିଭିନ୍ନ ସମୟରେ ଝଗଡ଼ାର ଦୃଶ୍ୟ ସବୁବେଳେ ଦେଖିଆସିଛନ୍ତି । ସୋସିଆଲ ମିଡିଆରେ ଏସବୁ ଦୃଶ୍ୟ ତତକ୍ଷଣାତ ଭାଇରଲ ହେଉଛି । ଏବେ କିନ୍ତୁ ବିମାନରେ ଦେଖିବାକୁ ମିଳିଛି ପ୍ରେମର ଗୋଲାପୀ ଦୃଶ୍ୟ । ଏମିତି ରୋମାଣ୍ଟିକ ଭିଡିଓରେ ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି ।

ବିବାହ ପୂର୍ବରୁ ନିଜ ଭାବି ସ୍ତ୍ରୀ-ସ୍ୱାମୀଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ଉପହାର ‌ଦେବାର ଟ୍ରେଣ୍ଡ୍‌ ଚାଲିଛି। ହେଲେ ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍‌ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜାନୁଆରୀ ୨ ତାରିଖରେ ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଛି। ଯାହାର ଭିଡିଓ ଭାଇରାଲ ହୋଇଛି।

ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଭାୟା ହାଇଦ୍ରାବାଦ ଦେଇ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତି କ୍ରୁ ସଦସ୍ୟଙ୍କ ସାହାଯ୍ୟରେ ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ସର୍‌ପ୍ରାଇଜ ଦେବା ପାଇଁ ଯୋଜନା କରିଥିଲେ। ଯେତେବେଳେ ଯୁବତୀ ଜଣକ ବିମାନରେ ଯାତ୍ରା କରୁଥିଲେ ଏହି ସମୟରେ ତାଙ୍କ ପ୍ରେମିକ ତଥା ଭାବି ସ୍ୱାମୀ ତାଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ରୋମାଣ୍ଟିକ ଶୈଳୀରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଯୋଜନା କରିବାକୁ ଯାଇ ବ୍ୟକ୍ତି ଜଣକ ବିମାନରେ ଟିକେଟ୍‌ ବୁକ୍‌ କରିଥିଲେ। ଯାହା ତାଙ୍କ ପ୍ରେମିକାଙ୍କୁ ଜଣା ନଥିଲା।
ବିମାନ ମଝି ଆକାଶରେ ଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ଏକ ବଡ଼ ଗୋଲାପୀ ପୋଷ୍ଟର ସହ ବିମାନର ଗ୍ୟାଲେରୀକୁ ଆସି ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ପୋଷ୍ଟର ଦେଖାଇ ଆଣ୍ଠେଇବା ସହ ରିଙ୍ଗ୍‌ ଧରି ସେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିଲେ। ଏହାପରେ ଯୁବତୀ ଜଣକ ତାଙ୍କୁ ଆଲିଙ୍ଗନ କରି ‘Yes’ କହିଥିଲେ। ଏହି ସମୟରେ ଅନ୍ୟଯାତ୍ରୀମାନେ କରତାଳି ମାରିଥିଲେ

Leave a Reply

Your email address will not be published. Required fields are marked *