କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧାରୀ ଗମାଙ୍ଗ! ହାଇଦ୍ରାବାଦରେ କେସିଆରଙ୍କୁ ସାକ୍ଷାତ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ରାଷ୍ଟ୍ର ସମିତି ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଗିରିଧାରୀଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ଏହି ଦଳରେ ଯୋଗଦେଇପାରନ୍ତି । ଶୁକ୍ରବାର ଉଭୟ ହାଇଦ୍ରାବାଦ ସ୍ଥିତି କେସିଆରଙ୍କ ପ୍ରଗତି ଭବନରେ ଭେଟିଥିଲେ । ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଉଭୟ ବାପ, ପୁଅ ବର୍ତ୍ତମାନ ବିଜେପିରେ ଥିବା ବେଳେ କେସିଆରଙ୍କୁ ଭେଟିବା ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି । ତେବେ ସେ ଭାରତ ରାଷ୍ଟ୍ର ସମିତିରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଛି । ଏକଦା କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଅଞ୍ଚଳରେ ଗିରିଧାରୀଙ୍କ ଦବଦବା ଥିଲା । ତେବେ ସେଭଳି ସ୍ଥିତି ଆଉ ବର୍ତ୍ତମାନ ନାହିଁ । ତେବେ ଉଭୟଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।
ତେଲେଙ୍ଗାନା ରାଷ୍ଟ୍ର ସମିତି ସାରା ଦେଶରେ ନିଜର ସ୍ଥିତି ଜାହିର ପାଇଁ ଭାରତ ରାଷ୍ଟ୍ର ସମିତି ଭାବେ ଦଳର ନାମକରଣ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ କେସିଆରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ସବୁସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ଚିନ୍ତା କରୁଛି । ତେଣୁ ଓଡିଶା ରାଜନୀତିରେ ଆଦିବାସୀ ଚେହେରା କୁହାଯାଉଥିବା ଗମାଙ୍ଗଙ୍କୁ ଦଳରେ ମିଶାଇ ଦଳକୁ ଆଗକୁ ବଢାଇବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

You May Also Like

More From Author

+ There are no comments

Add yours