Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ପାରାଲାଲ୍ସ ଗ୍ରୁପ ଶିଳ୍ପୀମାନଙ୍କ ଦ୍ୱାରା ଏକ ଚିତ୍ରକଳା ଏବଂ ଆଲୋଚନାଚକ୍ର ଦୁଇ ଦିନ ଧରି ଆୟୋଜିତ ହୋଇଛି । ଏଥିରେ ସମସାମୟିକ ଚିତ୍ର କଳାର ସମାଜ ଉପରେ କେଉଁଭଳି ପରିବର୍ତ୍ତନର ବାର୍ତ୍ତା ବହନ କରୁଛି ତାହା ବେସ ପ୍ରଂଶସିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଖ୍ୟାତ ଚିତ୍ରଶିଳ୍ପୀ ରାମହରି ଜେନା, ମୁଖ୍ୟବକ୍ତା ଓଡ଼ିଶା ଲଳିତକଳା ଏକାଡେମୀ ସଚିବ ପଞ୍ଚାନନ ସାମଲ, ସମ୍ମାନିତ ଭାବେ ଯଶୋଦା ମା ଫାଉଣ୍ଡସେନର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କା ଯୋଗଦେଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ପାରାଲାଲ୍ସ କଳା ପ୍ରଦର୍ଶନୀରେ ରାଜ୍ୟର ସୁନାମଧନ୍ୟ ସମସାମୟିକ ଚିତ୍ରଶିଳ୍ପୀ ଯୋଗଦେଇଥିଲେ । ବିଶିଷ୍ଟ ଶିଳ୍ପୀ ଗୌରାଙ୍ଗ ବାରିକ, ପ୍ରବୀର ଦଲାଇ, ବିପିନ ମାର୍ଥା, ଶୁଭଙ୍କର ତରଫଦାର, ଧର୍ମପଦ ବିଶ୍ୱାଳ, ନିକୁଞ୍ଜ ବିହାରୀ ଦାସ, ଶଶଧର ପତି, ରାଜକିଶୋର ମହାରଣା, ଗୋପାଳ ସାମନ୍ତରାୟ, ପ୍ରଶାନ୍ତ ସାହୁ, ପ୍ରେମଚାନ୍ଦ ରାଉତ, ସଞ୍ଜୟ ପଟ୍ଟନାୟକ, ଦେବାର୍ଚ୍ଚନ ରାଉତ, ସଞ୍ଜୟ ସାହୁଙ୍କ ଚିତ୍ର ପ୍ରଦର୍ଶନୀରେ ସାମିଲ ହୋଇଥିଲା । ଶଶଧର ପତି ମଞ୍ଚ ପରିଚାଳନା କରିଥିବା ବେଳେ ଶୁଭଙ୍କର ତରଫଦାର ପ୍ରଦର୍ଶନୀର ସଂଯୋଜକ ଦାୟିତ୍ୱ ତୁଲାଉଥିଲେ । ଅଧ୍ୟାପକ ପ୍ରବୀର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *