ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୭ମ ବାର୍ଷିକ ଉତ୍ସବ, କ୍ଷୁଦ୍ର ନାଟକ ‘ବାଜିରାଉତ’ ପରିବେଷିତ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱର ଓଲ୍ଡ ଟାଉନ ସ୍ଥିତ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୭ମ ବାର୍ଷିକତ୍ସୋବ ପାଳିତ । ନୂଆଗାଁ ସ୍ଥିତି ସିଦ୍ଧିମଣ୍ଡପରେ ବାର୍ଷିକତ୍ସୋବ ପାଳନ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନିବେଦିତା ଲେଙ୍କା ଯୋଗଦେଇ ଭଲ ପାଠପଢିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇ ସାହାସ ଓ ଧର୍ଯ୍ୟ ରଖି ପାଠ ପଢିଲେ ଆଗକୁ ବଢିହେବ ବୋଲି କହିଥିଲେ । ଏହି ଉତ୍ସବରେସମ୍ମାନିତ ଅତିଥି ଭାବେ ଲିଙ୍ଗିପୁର ସରପଞ୍ଚ କ୍ଷିରୋଦ ପ୍ରଧାନ, ଇଶ୍ୱର ଚନ୍ଦ୍ର ନାୟକ, ସୋମନାଥ ବେହେରା, ଚିତ୍ତରଞ୍ଜନ ସ୍ୱାଇଁ, ସୁଧାଂଶୁ ଶେଖର ସାମନ୍ତସିଂହାର, ନିହାର ଲେଙ୍କା ପ୍ରମୁଖ ଯୋଗଦେଇ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, ପରିବେଶବିତ୍ ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପିଲାମାନେ ଏହି ଅବସରରେ ନୃତ୍ୟ ଏବଂ କ୍ଷୁଦ୍ର ନାଟକ ବାଜିରାଉତ ପରିବେଷଣ କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଗୌତମ ବାବୁ ଓ ନିମାଁଇ ଲେଙ୍କା । ରାଇଜ ଟ୍ରଷ୍ଟର ସମସ୍ତ କର୍ମୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଏହି ଅବସରରେ ଉପସ୍ଥିତ ରହିଥିଲେ ।

You May Also Like

More From Author

+ There are no comments

Add yours