ଖୋର୍ଦ୍ଧା ବିରଜାଇ ପୀଠରେ ମକର ସଂକ୍ରାନ୍ତି ପାଳିତ ।

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପବିତ୍ର ମକର ସଂକ୍ରାନ୍ତି ଅନୁଷ୍ଠିତ ହୋଇଛି । ମା ବିରଜାଇ ପୀଠରେ ଏହାକୁ ନେଇ ଉତ୍ସବର ମାହୋଲ ରହିଛି । ତିନି ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ । ପୂର୍ବରୁ କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଏହି ମେଳାର ଆୟୋଜନ ହୋଇପାରୁନଥିବା ବେଳେ ଚଳିତ ଥର ମହାଆଡମ୍ବର ସହ ଏହା ପାଳନ କରଯାଉଛି । ମକର ମେଳା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଛି ।
ତିନି ଦିନ ଧରି ଏଠାରେ ଯଜ୍ଞର ମଧ୍ୟ ଆୟୋଜନ କରଯାଇଛି । ପୁରାତନ ପରମ୍ପରା ଅନୁଯାୟୀ ମାଁ ଭୂୟିଆଣିଙ୍କ ପୀଠରୁ ମା ବିରଜାଇଙ୍କ ପୀଠରେ ଆଜ୍ଞାମାଳ ପହଞ୍ଚିବା ପରେ ଯଜ୍ଞର ପୂର୍ଣ୍ଣାହୂତି ପଡିଥାଏ । ବାଣପୁରରେ ମକରମେଳା ମା ମେଘାମ୍ବରୀ ପୀଠ, ବ୍ରହ୍ମେଶ୍ୱର ମନ୍ଦିର, ବନଦୁର୍ଗା ପୀଠ, ଗମ୍ଭାରୀମୁଣ୍ଡାର ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ପର୍ବ ପାଳନ କରାଯାଉଛି । ସନ୍ଧ୍ୟା ସମୟରେ ଭଜନ ସମାରୋହର ଆୟୋଜନ କରାଯାଇଛି ।

You May Also Like

More From Author

+ There are no comments

Add yours