ହକି ବିଶ୍ୱକପରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ ।

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ । ସନ୍ଧ୍ୟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି ।
ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା । ସେହିଭଳି ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରିବ । ତେଣୁ ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ସିଏ ଟେବୁଲର ଶୀର୍ଷରେ ପହଞ୍ଚିବ । କେବଳ ଏତିକି ନୁହେଁ ନକଆଉଟରେ ପହଞ୍ଚିବ । ନିୟମ ଅନୁସାରେ ଗ୍ରୁପ ଶୀର୍ଷରେ ଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ ।
ଆଜି ମ୍ୟାଚ୍ ଭାରତ ଜିତିଲେ ଟେବୁଲ ଟପ୍‌ରେ ପହଞ୍ଚିବ। ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବ। ଇଂଲଣ୍ଡ ମଧ୍ୟ ସିଧାସଳଖ ନକଆଉଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

You May Also Like

More From Author

+ There are no comments

Add yours