Thu. Oct 15th, 2026

ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଥିବା ବେଳେ ମୁଖ୍ୟ ମନ୍ଦିର ଓ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ ନିର୍ମାଣ ସରିଲାଣି ।
ଗ୍ରାଉଣ୍ଡ ଫ୍ଲୋରରେ ୧୭୦ଟି ଖମ୍ବ ତିଆରି ହେଉଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମନ୍ଦିରର ପ୍ରଥମ ଫ୍ଲୋର କାମ ସମ୍ପୂର୍ଣ୍ଣ ହେବା ନେଇ ସ୍ଥିର ହୋଇଛି ।

ଜାନୁଆରୀ ୧ରୁ ୧୪ ତାରିଖ ମଧ୍ୟରେ ରାମ ଲାଲାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୂଚନା ଦେଇଛନ୍ତି । ରାମ ଲାଲାଙ୍କ ପ୍ରତିମା ପଥରରେ ନିର୍ମାଣ କରାଯିବ। ରାମଲାଲାଙ୍କ ପ୍ରତିମା ନିର୍ମାଣ ପାଇଁ ଦେଶର ଅନେକ ଖ୍ୟାତନାମା ପଥର ଶିଳ୍ପୀ ଲାଗି ପଡିଥିବା ବେଳେ ଏଥିରେ ଓଡିଶାର ଜଣେ ବିଶିଷ୍ଟ ପଥର ଶିଳ୍ପୀ ତଥା ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ଶିଳ୍ପୀ ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି। ପ୍ରସିଦ୍ଧ ପଥର କାରିଗର ପଦ୍ମ ବିଭୂଷଣ ସୂଦର୍ଶନ ସାହୁ ଗଢିବେ ବାଳ ଶ୍ରୀରାମର ମୂର୍ତ୍ତୀ । ସୁଦର୍ଶନଙ୍କ ସମେତ କର୍ଣ୍ଣାଟକ ଓ ମହାରାଷ୍ଟ୍ରର କିଛି ନାମୀ କାରିଗର ଏଥିରେ ସାମିଲ ହେବେ । ମୂର୍ତ୍ତୀ ପାଇଁ ଆବଶ୍ୟକ ବିରଳ ଆକାଶୀ ରଙ୍ଗର ପଥର ମଧ୍ୟ ଓଡ଼ିଶାରୁ ଯିବ । ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ମନ୍ଦିର ଗର୍ଭଗୃହରେ ଏହି ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବ ।

Leave a Reply

Your email address will not be published. Required fields are marked *