ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇଲା ଟିମ୍ ଇଣ୍ଡିଆ

ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍‌କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍‌ ଗ୍ରାଉଣ୍ଡରେ ଦମ୍‌ ଦେଖାଇଲେ ଓଡ଼ିଆ ପୁଅ ଅମିତ ରୋହିଦାସ ।
ଭାରତ ପାଇଁ ସେ ପ୍ରଥମ ଗୋଲ୍‌ ଦେଇଥିଲେ ।

ପ୍ରଥମ କ୍ୱାର୍ଟରର ୧୨ ମିନିଟରେ ପେନାଲ୍‌ଟିକୁ ଗୋଲ୍‌ କରିଥିଲେ ଅମିତ ରୋହିଦାସ । ଦ୍ୱିତୀୟ କ୍ୱାର୍ଟରରେ ଗୋଲ୍‌ ଦେଇଥିଲେ ହାର୍ଦ୍ଦିକ ସିଂ । ୨୬ ମିନିଟରେ ସ୍ପେନ୍‌ ଉପରେ ଦ୍ୱିତୀୟ ଗୋଲ୍‌ ଦେଇଥିଲେ । ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ଉପସ୍ଥିତ ଥିଲେ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗ l ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ରାଉରକେଲାରେ ପହଞ୍ଚିଥିଲେ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଟିମର ଏହି ବିଜୟ ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ

You May Also Like

More From Author

+ There are no comments

Add yours