Wed. Oct 14th, 2026

ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼ ସହରକୁ ମଧ୍ୟ ଧ୍ୱଂସ କରିପାରେ। ଏହା ପୃଥିବୀର ଅତି ନିକଟତର ହୋଇଛି। ତେବେ ନାସା କହିଛି ଯେ ଏହା ଧକ୍କା ନ ଦେଇ ପୃଥିବୀର ଅତି ନିକଟବର୍ତ୍ତୀ ହୋଇ ଅତିକ୍ରମ କରିବ।କାନାରି ଦ୍ୱୀପପୁଞ୍ଜରେ ଅବସ୍ଥିତ ଲା ପାଲମା ଅବଜରଭେଟୋରୀ ଚଳିତ ବର୍ଷ ଫେବୃଆରୀରେ ପ୍ରଥମ ଥର ପାଇଁ ଏହି ଉଲକାପିଣ୍ଡକୁ ଦେଖିଥିଲା। ଏହା ପରେ ମହାକାଶ ବିଜ୍ଞାନୀମାନେ ପୃଥିବୀ ଆଡକୁ ଗତି କରୁଥିବା ଏହି ଉଲକାପିଣ୍ଡ ସମ୍ପର୍କରେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ।

ନାସା ଅନୁଯାୟୀ, ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ଏଭଳି ଉଲ୍‌ କାପିଣ୍ଡ ଅନେକ ଥର ପୃଥିବୀର ଅତି ନିକଟତର ହୋଇଥାନ୍ତି । ନାସା କହିଛି ଯେ ଗତ କିଛି ମାସ ମଧ୍ୟରେ ଅନେକ ଉଲକାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହୋଇଛନ୍ତି। ସେମାନଙ୍କ ପରି ଏହି ଉଲକାପିଣ୍ଡ ମଧ୍ୟ ପୃଥିବୀ ନିକଟରେ ଗତି କରିବ। ତଥାପି, ପୃଥିବୀ ଚାରିପଟେ ଘୂର୍ଣ୍ଣନ କରୁଥିବା ଏହି ଉଲକାପିଣ୍ଡ ଗୁଡିକ ମହାକାଶରେ ଆମ ଗ୍ରହ ପାଇଁ ସବୁଠାରୁ ବଡ ବିପଦ।ନାସା ଏହି ଉଲକାପିଣ୍ଡକୁ ୨୦୨୩-ଡିଜେଡ-୨ ଭାବରେ ନାମିତ କରିଛି। ଏହା ଶନିବାର ପୃଥିବୀ ନିକଟରେ ଅତିକ୍ରମ କରୁଥିବା ସମ୍ପର୍କରେ ଏହାର ଅଧ୍ୟୟନ କରୁଥିବା ଦଳ ଏକ ଟୁଇଟ କରିଛନ୍ତି । ଏହାର ବ୍ୟାସାର୍ଦ୍ଧ ୩୨୫ ଫୁଟ ଅଟେ। ପୃଥିବୀର ମୁହାଁମୁହିଁ ହେଲେ ଏହା ଆମେରିକାର ଯେକୌଣସି ପ୍ରମୁଖ ସହରକୁ ସଂପୂର୍ଣ୍ଣ ଧ୍ୱଂସ କରିପାରେ । ତେବେ ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ବହୁତ କମ ଅଟେ।

ତେବେ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ, ଯଦି ଏହି ମେଟେରାଇଟ ପୃଥିବୀ ସହିତ ଧକ୍କା ହୁଏ ତେବେ ଏକ ବଡ଼ କ୍ଷତି ହେବ। ରିପୋର୍ଟରେ କୁହାଯାଇଛି ଯେ ରୁଷିଆରେ ୨୦୧୩ ମସିହାରେ ଶେଲିବିନସ୍କ ନାମକ ଏକ ଉଲକାପିଣ୍ଡ ଆକାଶରେ ବିସ୍ଫୋରଣ ହୋଇଥିଲା। ଏହା ଯୋଗୁ ୭ ହଜାର କୋଠାରେ ବ୍ୟାପକ କ୍ଷତି ଘଟିଥିଲା। ଏହି ଘଟଣାରେ ପ୍ରାୟ ୧୫୦୦ ଲୋକ ଆହତ ହୋଇଥିଲେ। ଏହାର ବ୍ୟାସାର୍ଦ୍ଧ ୫୯ ଫୁଟ ଥିଲା ।

Leave a Reply

Your email address will not be published. Required fields are marked *