Thu. Oct 15th, 2026

ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ କାଳଜୟୀ ଜଣାଣ “ମୁଁ ଆସିଛି ଦେଖି ତୋ କଳା ବଦନ କୁ ” ର ରଚୟିତା , ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା ଜନ୍ମମାଟି ବାଲୁଗାଁର ନୀଳାମ୍ବୁଚିଲିକା ତଟବର୍ତ୍ତୀ ସାମନ୍ତରାପୁରଠାରେ ଅଶ୍ରୁଳ ଭାବାବେଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକ ଡଃ କୈଳାସ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ପରିବେଶରେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ସାହିତ୍ୟିକ ଡଃ ଦେ ବେନ୍ଦ୍ରନାଥ ମାନସିଂ, ପୂର୍ବତନ ବିଧାୟକ ରଘୁନାଥ ସାହୁ, କବି ଅଜିତ୍‌ ଦାସମହାପାତ୍ର, କବି ଡଃ କମଳ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ମହାନ୍ତି, କବିତାରକ ମହାନ୍ତି, କବିପୁରୁଷୋତ୍ତମ ମହାପାତ୍ର, କବି ବାଳମୁକୁନ୍ଦ ଦାସ, କବି ଅଞ୍ଜଳି ତ୍ରିପାଠୀ, କବି ଅମ୍ବିକାପ୍ରସାଦସାମନ୍ତରାୟ, କବିଦିଗାମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ବିଭୂତି ଭୂଷଣ ସାମନ୍ତରାୟ, ମୂରଲୀଧର ସାମନ୍ତସିଂହାର, ରମେଶ ଚନ୍ଦ୍ରମହାପାତ୍ର, ନିରଞ୍ଜନ କର, ରବିମାନସିଂ, ପ୍ରିୟ ଦର୍ଶିନୀ ମହାରଣା, ଗୋପାଳ ମହାପାତ୍ର ପ୍ରମୁଖ ଓଡିଶାର ବହୁ ପ୍ରଖ୍ୟାତ ସାହିତ୍ୟିକ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ରୋମନ୍ଥନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ କାଳଜୟୀ ସାରସ୍ଵତ ସୃଷ୍ଟି କାଳେ କାଳେ ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରି ପ୍ରତି ଓଡ଼ିଆ ପାଠକଙ୍କ ହୃଦୟରେ ଚିରକାଳ ଜାଜୁଲ୍ୟମାନ ହେଉଥିବ ବୋଲି ମତ ପ୍ରଦାନ କରି ତାଙ୍କ ଆତ୍ମାର ସଦ୍ ଗତି କାମନା କରିଥିଲେ।ଏହି ଅବସରରେ ତାଙ୍କସ୍କୃତିର ସମ୍ଭାର ସ୍ମରଣିକା “ବାଲୁଗାଁବାଲ୍ମୀକି “ଉନ୍ମୋଚିତ ହୋଇଥିଲା । ଭଗ୍ନୀ ବିଶିଷ୍ଟ ଗାୟିକା ଗିରିବାଳା ପଟ୍ଟନାୟକ ଭାବବିହ୍ୱଳ କଣ୍ଠରେ ପ୍ରଥମେ ରାମଧୁନ୍‌ଗାନ କରିଥିବାବେଳେ ଭ୍ରାତା ବିଜନ ପଟ୍ଟନାୟକ ଓ ପୁତ୍ର ସମ୍ବିତ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ । ଶେଷରେ ତାଙ୍କ ମାନସ ସନ୍ତାନ ଚିଲିକା ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ପ୍ରିୟଭଜନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *