ବଲାଙ୍ଗୀରରେ ଝୁଲନ୍ତା ଅବସ୍ଥାରେ ଆଲବମ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ସହର ସୁଦପଡ଼ା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ରୁଚିସ୍ମିତା ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ।
ଅନେକ ସମ୍ବଳପୁରୀ ଗୀତରେ ସେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । ଆଲବମ୍ ଅଭିନେତ୍ରୀ ହେବା ସହ ସେ ଜଣେ କଣ୍ଠଶିଳ୍ପୀ ଭାବେ ବେଶ ଆଦୃତି ଲାଭ କରିଥିଲେ । ସୂଚନା ଅନୁସାରେ ମାଆଙ୍କ ସହ ସେ ତାଙ୍କ ମାମୁଘରକୁ ଯାଇଥିଲେ । ମାମୁଘର ପରିବାର ଲୋକଙ୍କ ସହ ମାଆ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ଝୁଲନ୍ତା ଅବସ୍ଥାରେ ରୁଚିସ୍ମିତାଙ୍କ ମୃତଦେହ ଦେଖିଥିଲେ । ଖବର ପାଇଁ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours