ଆସୁଛି ରଙ୍ଗର ପର୍ବ; କ’ଣ କହୁଛି ପୁରାଣ?

ଆଗକୁ ହୋଲି ଆସୁଛି । ସାରା ଦେଶ ହୋଲି ପାଇଁ ଉତ୍ସବ ମୁଖରେ ହୋଇ ଉଠିଛି । କେତେକ ସ୍ଥାନରେ ଏବେ ଠାରୁ ହିଁ ହୋଲି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ମନାଯାଇ ଥାଏ । ଆପଣ ହୋଲିକୁ ନେଇ ଅନେକ କାହାଣୀ ମଧ୍ୟ ଶୁଣିଥିବେ । ତେବେ ଆସନ୍ତୁ ଜାଣିବା ହୋଲି ପାଳନ ପଛର ପ୍ରମୁଖ କାରଣ କଣ ରହିଛି । ହୋଲିକୁ ନେଇ ଅନେକ କାହାଣୀ ରହିଛି । ଐତିହାସିକ କାହାଣୀ, ପୌରାଣିକ କାହାଣୀ ବି ରହିଛି । ତେବେ ଏହି ପୌରାଣିକ କାହାଣୀ ବ୍ୟତୀତ ଅନେକ ବର୍ଷ ପୂର୍ବରୁ ଭାରତରେ ହୋଲି ପାଳନ କରାଯାଉଛି । ଏଥିରେ ଅନେକ ସାମାଜିକ କାରଣ, ସ୍ୱାସ୍ଥ୍ୟ ଏବଂ ପରିବେଶ ଜଡିତ କାରଣ ରହିଛି । ପ୍ରତ୍ୟେକ ବର୍ଷ ହୋଲି ଏହି ସମୟରେ ପଡିଥାଏ ଯେତେବେଳେ ନା ବହୁତ ଥଣ୍ଡା ହୋଇଥାଏ ନା ବହୁତ ଗରମ ହୋଇ ଥାଏ । ଏହି ସମୟରେ କିଛି ସ୍ଥାନରେ ଫାଗ ଗୀତ ଗାଇଥାନ୍ତି ଲୋକେ । ଫାଗ ଗୀତ ହେଉଛି ଉଚ୍ଚ ଶବ୍ଧରେ ଗାଉଥିବା ଏକ ଗୀତ । ଥଣ୍ଡା ସମୟରେ ସାଧାରଣତ ଭାବେ ଲୋକେ ଆଳସ୍ୟତାର ଶିକାର ହୋଇଥାନ୍ତି । ଏହି ପାଣିପାଗ ଲୋକଙ୍କ ଆଳସ୍ୟ ଦୂର କରିଥାଏ । ପ୍ରାଚୀନ କାଳରେ ଫୁଲର ରଙ୍ଗରେ ହୋଲି ଖେଳାଯାଉଥିଲା । ଫୁଲର ରଙ୍ଗକୁ ଲୋକେ ଅତି ସହଜରେ ଚିହ୍ନିପାରୁଥିଲେ । ଡାକ୍ତରଙ୍କ କହିବା ଅନୁସାରେ ରଙ୍ଗ ମନ ଓ ମସ୍ତିଷ୍କ ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ । ଏଥିରେ ଜୀବନରେ ଉର୍ଜା ଭରିହୋଇଥାଏ । ଲୋକମାନେ ଏହିଠାରୁ ଗରମ ସହ ଲଢିବା ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଇଥାଏ । ତେବେ ହୋଲିକା ଦହନର ଗୋଟିଏ ପୌରାଣିକ କାହାଣୀ ଥିବା ବେଳେ ଡାକ୍ତରଙ୍କ ରାୟ କିଛି ଭିନ୍ନ ରହିଛି । ଡାକ୍ତରଙ୍କ କହିବା କଥା ଯେ ହୋଲିକା ଦହନର ଚାରିପଟେ ପରିକ୍ରମା କରିବା ଦ୍ୱାରା ଆମ ଚାରିପାଖରେ ଥିବା ବ୍ୟାକ୍ଟେରିଆ ଠାରୁ ମୁକ୍ତି ମିଳିଥାଏ । ଅଗ୍ନି ଦ୍ୱାରା ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ ।

You May Also Like

More From Author

+ There are no comments

Add yours