ଧମାଲ କରିବେ ରଣବୀର-ଶ୍ରଦ୍ଧା

ବିଟାଉନରେ ପପୁଲାର ଷ୍ଟାର ରଣବୀର କପୁର- ଶ୍ରଦ୍ଧା କପୁର । ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ରେ ଦେଖିବାକୁ ମିଳିବ  । ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ମୁକ୍ତିଲାଭ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ଏହି ଫିଲ୍ମଟି ମାର୍ଚ୍ଚ ୮ରେ ପରଦାକୁ ଆସିବ । ଫିଲ୍ମ ପଠାନର ବଡ ସଫଳତା ପରେ  ନିର୍ମାତା ଏହି ଫିଲ୍ମରୁ ବହୁତ ଆଶା ରଖିଛନ୍ତି । ଯାହା ବକ୍ସ ଅଫିସରେ ଧମାଲ କରିବ । ଏହାର ଆଡଭାନ୍ସ ବୁକିଂ ମଧ୍ୟ ଭଲ ପ୍ରତିକ୍ରିୟା ପାଇଛି । ବିଗତ କିଛି ବର୍ଷ ଧରି ବଲିଉଡରେ ରୋମାଂଟିକ ଚଳଚ୍ଚିତ୍ର ବଡ ପରଦାରେ ରିଲିଜ୍ ହେଉନାହିଁ । କିନ୍ତୁ ବର୍ତମାନ ରଣବୀର ଓ ଶ୍ରଦ୍ଧାଙ୍କ ଫିଲ୍ମ ରିଲିଜ ହେବାକୁ ଥିବାରୁ ବାଣିଜ୍ୟ ବିଶ୍ଲେଷକ ମାନେ ବିଶ୍ୱାସ କରୁଛନ୍ତି ଯେ ଏହା ଏକ କୁ ଭଲ  ପ୍ରତିକ୍ରିୟା ମିିଳିବ । ବଲିଉଡର ରୋମାଂଟିକ ଫିଲ୍ମ ରିଲିଜ ବିଷୟରେ କହିବାକୁ ଗଲେ, ୨୦୨୦ରେ ମୁକ୍ତିଲାଭ କରିଥିବା ଶେଷ ଫିଲ୍ମ ଥିଲା ଲଭ୍ ଆଜ୍ କଲ୍ । ହେଲେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନଥିଲା । କିନ୍ତୁ ଆଡଭାନ୍ସ ବୁକିଂରେ ‘ତୁ ଝୁଠି ମେଁ ମକ୍କାର’ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି । ରବିବାର ସୁଦ୍ଧା ଏହି ଚଳଚ୍ଚିତ୍ର ପ୍ରମୁଖ ମଲ୍ଟିପ୍ଲେକ୍ସ ଚେନରେ ୧୦,୭୦୦ ଟିକେଟ୍ ବିକ୍ରି କରିସାରିଛି । ବର୍ତମାନ ଫିଲ୍ମ ରିଲିଜ୍ ପାଇଁ ଦୁଇ ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ଫିଲ୍ମର ଆଗାମୀ ବୁକିଂ ଆହୁରି ଭଲ ହୋଇପାରେ ବୋଲି ଆଶା କରାଯାଉଛି । ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅନୁଭବ ସିଂ ଏବଂ ଡିମ୍ପଲ୍ କାପାଡିଆ ମଧ୍ୟ ଅଭିନୟ କରିଛନ୍ତି । ରୋମାଂଟିକ କମେଡି ଧାରାବାହିକରେ ଚଳଚ୍ଚିତ୍ର ନିର୍ମାତା ଲଭ୍ ରଂଜନଙ୍କର ନିର୍ଦ୍ଦେଶିତ ଏହି ଫିଲ୍ମ । ତାଙ୍କର ଶେଷ ଚଳଚ୍ଚିତ୍ର ‘ସୋନୁ କେ ଟିଟୁ କି ସ୍ୱିଟି’  ୧୦୯.୯୫ କୋଟି ଟଙ୍କା ସଂଗ୍ରହ କରି ହିଟ୍ ହୋଇଥିଲା । ମୁଖ୍ୟ ଭୂମିକାରେ କାର୍ତିକ ଆର୍ଯ୍ୟନଙ୍କ ଅଭିନୀତ ପ୍ୟାର କା ପଂଚନାମା ଏବଂ ପ୍ୟାର୍ କା ପଂଚନାମା-୨ ମଧ୍ୟ ହିଟ୍ ହୋଇଥିଲା । ବର୍ତମାନ ରଣବୀର କପୁରଙ୍କ ଫିଲ୍ମର ପ୍ରତିକ୍ରିୟାକୁ ଦର୍ଶକଙ୍କର ଅପେକ୍ଷା କରାଯାଇଛି ।

You May Also Like

More From Author

+ There are no comments

Add yours