ନବରଙ୍ଗପୁରର ନୂଆପଡ଼ାରେ ଜଳ ଯାତନା,ଦୂଷିତ ପାଣିରେ ମେଣ୍ଟୁଛି ଶୋଷ

ନବରଙ୍ଗପୁର : ଏବେଠୁ ଅସହ୍ୟ ତାତି । ଦେଖାଦେଲାଣି ଜଳ ସଙ୍କଟ ସାଙ୍ଗକୁ ଜଳ ପାଇଁ ଯାତନା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ନୂଆପଡା ଗ୍ରାମର ହରିଜନ ସାହିରେ ପାନୀୟ ଜଳ ଯୋଗାଣ ପାଇଁ ବସା ଯାଇଛି ମୋଟର । ତେବେ ଦୀର୍ଘ ଦିନ ହେବ ଏହା ଖରାପ ହୋଇ ଅଚଳ ହୋଇ ପଡ଼ିଛି ।ସାହିରେ ଥିବା ନଳକୂପରେ ଦୂଷିତ ପାଣି ବାହାରୁ ଥିବାରୁ ସାହିବାସୀ ପାନୀୟ ଜଳ ପାଇଁ ବିଶେଷ କଷ୍ଟ ପାଉଥିବା ନେଇ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି l ଏ ନେଇ ସାହିବାସୀ ଗ୍ରାମପଞ୍ଚାୟତର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଗ୍ରାମପଞ୍ଚାୟତ ସରପଞ୍ଚ କିମ୍ବା ପିଇଓଙ୍କ, ଏଥି ପ୍ରତି କୌଣସି ଧ୍ୟାନ ପଡ଼ୁନି ।ଏନେଇ ସାହିବାସୀ ଙ୍କମଧ୍ୟରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଛି l ବର୍ତ୍ତମାନ ଖରା ଟାଣ ହେବା କୁ ଯାଉଥିବା ବେଳେଆଗକୁ ରହିଛି ଗ୍ରୀଷ୍ମଋତୁ । ପ୍ରବଳ ଗରମ ରେ ସାହିବାସୀ କିପରିଜଳ କଷ୍ଟରୁ ମୁକ୍ତି ପାଇପାରିବେ ଏହାକୁ ନେଇ ଘୋର ଚିନ୍ତାରେ ସାହିବାସୀ । ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବୀ କରିଛନ୍ତି l
ନୂଆପଡା ହରିଜନ ସାହି ରେ ସର୍ବମୋଟ ୨୫ଟି ଘର ରହିଥିବା ବେଳେ ଏଠାରେ ଲୋକ ସଂଖ୍ୟା ରହିଛି ୧୫୦ରୁ ଅଧିକ । ସାହିବାସୀ ଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସାହିରେ ଗୋଟିଏ ନଳକୂପ ପ୍ରଶାସନ ଦ୍ୱାରା ଖୋଲା ଯାଇଥିବା ବେଳେ ସାହିର ପ୍ରତିଘରକୁ ପାଣିଯିବା ପାଇଁ ଏକ ସୋଲାର ମୋଟର ନଳକୂପ ରହିଛି,ଯାହା ଏବେ ଅଚଳ । ଏବେ ସାହିବାସୀ ମାନେ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟର ନଳକୂପ ଉପରେ ନିର୍ଭର କରୁଥିବା ନେଇ ସାହିର ମହିଳା ଉଲ୍ଲାସ ଜଗତ, ଗୌରୀ ବାଇ ବାଘ ପ୍ରକାଶ କରିଛନ୍ତି l ସ୍କୁଲ ଛୁଟିଦିନ ଅଧକିମି ଦୂର ବଗଡିଆ ପଡା ନଳକୂପ ଉପରେ ନିର୍ଭର କରୁଥିବା ନେଇ ସେମାନେ ସୂଚନା ଦେଇଛନ୍ତି l ଗାଧୁଆ ଏବଂ ଲୁଗାପଟା ଧୁଆଧିଇ କରିବାକୁ ଗ୍ରାମରୁ୧ କିମି ଦୂର ପୋଖରୀ ଉପରେ ନିର୍ଭର କରିଥାନ୍ତି l ସାହିରେ ଥିବା ମୋଟର ଏବଂ ନଳକୂପ ରେ ବାହାରୁ ଥିବା ଦୂଷିତ ପାଣିସମସ୍ୟା ର ସମାଧାନ ପାଇଁସାହିବାସୀ ବାରମ୍ବାର ବିଭାଗକୁ ନିବେଦନ କରି ଆସୁଥିଲେ ମଧ୍ୟ ବିଭାଗର କୌଣସି ଦୃଷ୍ଟିପଡ଼ୁ ନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଛି l ଏ ବାବଦରେ ଚନ୍ଦାହାଣ୍ଡି ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଅନୀତା କୁ ପଚାରିବାରୁ l ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରି ଛନ୍ତି l ଏ ବାବଦରେ ବିଡ଼ିଓ ଧର୍ମରାଜ ମାଝି ଙ୍କୁଯୋଗା ଯୋଗ କରାଯିବାରୁ ସେ ଫୋନ ନଉଠାଇବା ରୁ ତାଙ୍କ ପ୍ରତିକ୍ରିୟା ମିଲି ପାରି ନଥିଲା l ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସହିବାସୀ ମାନେ ଦାବୀ କରିଛନ୍ତି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦମିଡ଼ିଆ

You May Also Like

More From Author

+ There are no comments

Add yours