ଏଠି ! ସ୍ୱର୍ଗ ଦାୟିତ୍ଵ’ରେ
ସ୍ୱୟଂ ‘ସ୍ୱୟଂଭୁ’
ବ୍ରହ୍ମାଣ୍ଡ ଯାକର
କଥା ବୁଝୁ ବୁଝୁ
ଥକ୍କି ଯାଆନ୍ତି,
‘ମାଲ୍ୟଵନ୍ତ’ଭୂମି’ର
ମହାପ୍ରଭୁ,
ପୃଥିବୀ ଯାକ’ର
ଦୁଃଖଭାର
ବୋହିବା’ପାଇଁ
ଏବେ
‘ମହାଯାତ୍ରା’ରେ
ବେଣ୍ଟ ଡ଼ଙ୍ଗରିଆ,
ଅରଣ୍ୟ’ଈଶ୍ୱର ?
ପାହାଡ଼ ଖୋଲ’ ସନ୍ଧି’ରେ,
ଆନ୍ଧ୍ର ଓଡ଼ିଶା କନ୍ଦି’ରେ
‘ପୋଲୁର୍’ଗାଁ କଡ଼ରେ
‘ସାବେରୀ’ସିଲେରୁ’ନଈରେ
ବାଉଁଶଡ଼ଙ୍ଗା ଚାପରେ
ଲକ୍ଷେ ଭକ୍ତଙ୍କ ମେଳରେ
ଜଳକ୍ରୀଡା ‘ଜଳତ୍ସୋଵ
‘କାଲିମେଳା’ ‘ମୋଟୁ’ ‘ପଡ଼ିଆ’
ମାଟି ରେ
ଐତିହାସିକ’ରମ୍ପାଜଙ୍ଗଲ’ଛାତି’ରେ
ଶିଆଡିଲତା’ର ଦୋଳିରେ
ଝୁଲିଝୁଲି ,
କୋଉ ‘ଵ୍ରଜଵାଳୀ’ କଥା ଭାବି ଭାବି ?
ଆଖିହଳକେ’ରେ ଛୁଇଁଯାଏ,
ମହୁଲିଆ ମହକ’ର
ଗହଳ
ନିଦ ?
ସୁନାରୀଫୁଲ ଶେଜରେ
ଫିରିଘାସର
ଶେଜସୁପାତିରେ,
ଚୁପ୍ ଚାପ୍,
ଅଣ୍ଟା ସଳଖି
ଢୋଳେଇ ପଡନ୍ତି,
‘ମାନ୍ୟମକୋଣ୍ଡା’ର ମାଟି ଦିଅଁ
‘ମାଣ୍ଡିଆଭଟ୍ଟା’ର ମହାପ୍ରଭୁ
‘କନ୍ୟାମାଝୀଵନ୍ଧ’ର ପବିତ୍ର ଜଳରେ ମହାସ୍ନାନ
ଜଳଦେଵୀ, ଜଳକାମିନୀ,
‘ତାଡକାରେଉ’ର ତଥାସ୍ତୁ
ସଦରଵସନୀ’ ଆମ୍ବତୋଟା’ର ଡୁମାଁ ଡାହୂନୀ
‘ମୟୂରଝୋଲା’ର କଡ଼େ କଡେ
ପାର୍ଶ୍ଵଦେବତାଙ୍କ
ଝୂଲଣ ଝୂଲରେ
ନିମନ୍ତ୍ରିତା ଗ୍ରାମଦେବତୀ,
ପାହାଡୀ ଭୈରବୀ,ଧରତିନୀ ମାଁ
ପ୍ରତୀକ ଦେବତା
‘ବାଉଁଶଲାଠି’ର ଦିଅଁ ଦେବୀ
ମହାପ୍ରଭୁଙ୍କ’
ଶୋଭାଯାତ୍ରାରେ
ଝୂଲି ଝୂଲି
ନାଚୁଛି:ସମଗ୍ର ଆଟଵିକ ସାମ୍ରାଜ୍ୟ।
ଗୁରୁମାୟୀ’ଙ୍କ ଆବାହନୀ’ଆହୂତୀ
ପାଦେ ପାଦେ ପଡୁଛି’ ମହାଵଳୀ’
ଦିଶାରୀ ପୁଜାରୀ
ମନ୍ତୁରା ମନ୍ତ୍ର’ରେ
ଅଭିମନ୍ତ୍ରିତ
ଯଜ୍ଞଵେଦୀ,
ଜଙ୍ଗଲୀ ପ୍ରଜାମାନଙ୍କ
ଢ଼ୋଲ୍,ନିଶାନ୍ ର
ଦୁଂଦୁଭି,
ତିତିରା ପିତ୍ତଲ ମଇରୀ’ର
ମାଙ୍ଗଳିକ’ ମନ୍ତ୍ରନାଦ’
କୋୟା,ବଣ୍ଡା,ଦିଦାୟୀ
କନ୍ଧ,ଭୂମିଆଁ,ଦୁରୁଆ,
ଜନଜାତି’ଙ୍କ ଜନଗର୍ଜନ’ରେ
ପ୍ରକମ୍ପିତ ସମଗ୍ର ମେଦିନୀ ।
ମହାପ୍ରଭୁଙ୍କ
‘ପାରା’ଭାଡି ର
‘ପରୁଆ’ ପଲ ର
ପ୍ରାର୍ଥନା’ ରେ
ପରଜାଵସ୍ତି’ର
ଧାଙ୍ଗଡିମନ୍ଦା’ଙ୍କ ଝୁମୁରୁ
ଝୁମୁରୁ କାଠିନାଚ ରେ,
ଅଳସୀ ଫୁଲ’ର ଅଣ୍ଟାସୂତା’ର
ଅଳି ଅର୍ଦ୍ଦଳି ରେ ,
କୋଣ୍ଡାରେଡ୍ଡୀ’ର
ଆଞୁଳାଏ କୁରେଈ ଫୁଲ ର ମହକ ରେ,
‘ମାଲକାନଗିରି’ ମାଟି ର
ଡଙ୍ଗର ପାହାଡ଼ ମାନଙ୍କ
ଢେମସା’ ନୃତ୍ୟ ରେ,
ଡଙ୍ଗର ଡୁଡୁଙ୍ଗା’ର
ଆହ୍ୱାନୀକା
ମହାଶ୍ଳୋକ’ରେ
ଅବତୀର୍ଣ୍ଣ’
ମାଟି ମନ୍ଦିର ରେ
ମାଟି ଦିଅଁ,
ପୃଥିବୀ ପାରିଧିରେ
ଏବେ’
‘ଦେଵଡଙ୍ଗରିଆ
“ପାହାଡୀ ଈଶ୍ୱର”।
ବଳରାମ ପୂଜାରୀ #କୁଡୁମୁଲୁଗୁମ୍ମା #ମାଲକାନଗିରି
ବଡଯାତ୍ରା୨୦୨୩
ମାଲକାନଗିରିଜିଲ୍ଲା #୯୬୬୮୬୮୮୪୭୪
® All rights are reserved by Poet BALARAM PUJARI kudumulugumma Malkangiri.
© Pahadi iswara ?
ଜୟ ମହାପ୍ରଭୁ? !! #ବାଲରାଜ ?#ପୋତରାଜ,?#କାନାମରାଜ? । ଜୟ ମହାମାୟା ମହାଦେବୀ #ମୁତ୍ୟାଲମ୍ମା ?
®Bada yatra
Malkangiri 2023
©Jay mahaprabhu
+ There are no comments
Add yours