Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଫଗୁ ରଙ୍ଗର ପର୍ବ ପବିତ୍ର ଦୋଳ ଉତ୍ସବ। କାହିଁ କେଉଁ ଅନାଦି କାଳରୁ ଏହି ପବିତ୍ର ହୋଲି ଉତ୍ସଵ ପାଳନ ହୋଇ ଆସୁଛି।ଦ୍ୱାପର ଯୁଗରୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଅବତାର ସମୟରୁ ଶ୍ରୀ କୃଷ୍ଣଙ୍କ ଲିଳା ଭିତ୍ତିରେ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଆରମ୍ଭ ହୋଇଛି।ଯାହାକୁ ଆଜି ଆମେ ଠାକୁରଙ୍କର ଦୋଳି ପୂର୍ଣ୍ଣିମା ଉତ୍ସବ ଭାବରେ ପାଳନ କରି ଆସୁଛୁ।ଆସନ୍ତୁ ଜାଣିବା ଏହି ଦୋଳ ପୂର୍ଣ୍ଣିମା ସମ୍ପର୍କ ଉତ୍ସଵରେ

ଫାଲଗୁନ ମାସ ଶୁକ୍ଳ ଦଶମୀରୁ ଓଡିଶା ରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହିଁ ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ ।

ଦୋଳ ପୂର୍ଣ୍ଣିମା :ଏହି ଅବସରରେ ଭଗବାନ ଶ୍ରୀକୃର୍ଷ୍ଣଙ୍କୁ ‘ଦୋଳଗୋବିନ୍ଦ’ ଭାବେ ପୂଜା କରାଯାଏ ।

ଦୋଳ ପୂର୍ଣ୍ଣିମା ଦିନ ବିଭିନ୍ନ ଗାଁରୁ ଠାକୁର ମାନଙ୍କୁ ବିମାନରେ ଆଣି ସଂକୀର୍ତ୍ତନ ମଣ୍ଡଳୀ ଗୋଟିଏ ସ୍ଥାନରେ ପହଞ୍ଚିଥାନ୍ତି । ସେଠାରେ ହିଁ ସମସ୍ତଙ୍କ ଠାକୁରଙ୍କ ମେଳ ହେଉଥିବାରୁ ଉକ୍ତ ସ୍ଥାନକୁ ମେଳଣ ପଡିଆ କୁହାଯାଇଥାଏ । ପୌରାଣିକ କଥାନୁଯାୟୀ ଏହାକୁ ‘ବସନ୍ତୋତ୍ସବ’ ମଧ୍ୟ କୁହାଯାଇଥାଏ ।

ଦୋଳ ଯାତ୍ରା :ଦୋଳ ଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଏକ ବିମାନରେ ବସାଇ ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଦକ, ଗାୟକ ଓ ସଙ୍ଗୀତକାର ମାନେ ପ୍ରଭୁଙ୍କ ଲୀଳାରେ ବିଭୋର ହୋଇ ବାଦ୍ୟର ତାଳେତାଳେ ଘରଘର ବୁଲାଇଥାନ୍ତି ।

ଏହି ଅବସରରେ ଠାକୁର ଗ୍ରାମର ପ୍ରତ୍ୟେକ ଘରେଘରେ ଭୋଗ ଖାଇଥାନ୍ତି । ଦୋଳରେ ଠାକୁରଙ୍କ ବିମାନକୁ ଦର୍ଶନ କରିବା ପରେ ଯାଇ ଲୋକମାନେ ରଙ୍ଗ ଖେଳିଥାନ୍ତି । ଏହି ୬ ଦିନଧରି ଜାରି ରହିଥିବା ଦୋଳ ଯାତ୍ରା ଦୋଳ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ଏହି ଦୋଳ ଯାତ୍ରା ଶେଷରେ ବିଭିନ୍ନ ଗ୍ରାମର ଠାକୁରମାନଙ୍କ ବିମାନ ପୂର୍ଣ୍ଣିମା ଦିନ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥାନ୍ତି । ଯାହାକୁ ଦୋଳ ମେଳଣ କୁହାଯାଇଥାଏ ।ଏହି ଦୋଳ ଉତ୍ସବର ପରଦିନ ହୋଲି ପାଳନ ହୋଇଥାଏ।ଯାହାକୁ ଆମେ ମାନେ ସମସ୍ତେ ପରଷ୍ପର ସହିତ ରଙ୍ଗ ଅଭିର ଲଗାଇ ସମସ୍ତଙ୍କ ସହିତ ପାଳନ କରିଥାଉ।

By

Leave a Reply

Your email address will not be published. Required fields are marked *