ଉତରାଖଣ୍ଡର ଯୋଶୀ ମଠର ଅସ୍ତିତ୍ୱ ବଂଚାଇବା ପାଇଁ ଚାଲିଛି ପ୍ରୟାସ । ସହରରେ ଜମି ଦବିବା ସହିତ ଶହ ଶହ ଘର, ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ଫାଙ୍କ ସୃଷ୍ଟି ହୋଇଛି । ଯୋଶୀ ମଠର ଅସ୍ତିତ୍ୱ ବଂଚାଇବାକୁ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଯୋଶୀମଠକୁ ଭୂସ୍ଖଳନ ଅଂଚଳ ଘୋଷଣା କରାଯାଇଛି । ପ୍ରାୟ ୬୬ ପରିବାରକୁ ଖାଲି କରାଯାଇଛି । ବିଶେଷଜ୍ଞଙ୍କ ଟିମର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଉଛି । ଆଜି ପ୍ରଭାବିତ ଅଂଚଳକୁ ଯିବ ଏକ୍ସପର୍ଟ କମିଟି । ବ୍ୟାପକ ଭାବେ ସର୍ଭେ କାମ ଆରମ୍ଭ କରାଯିବ । ଜଳ ଶକ୍ତି ମନ୍ତ୍ରାଳୟର ଟିମ୍ ମଧ୍ୟ ପ୍ରଭାବିତ ଅଂଚଳ ପରିଦର୍ଶନ କରିବ । ୬ ପ୍ରକାରର ଯାଂଚ କରିବା ନେଇ ପ୍ରସ୍ତାବ ରହିଛି । ଅଧିକ କ୍ଷତିଗ୍ରସ୍ତ ଘରକୁ ଭାଙ୍ଗି ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ରିଲିଫ ଶିବିରରେ ପ୍ରାୟ ୧୫ ଶହ ଲୋକ ଆଶ୍ରୟ ନେଇଛନ୍ତି । ଆବଶ୍ୟକ ସ୍ଥଳେ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି । କୋଠାବାଡି,ରାସ୍ତାଘାଟ, ମଠ ମନ୍ଦିର । ସବୁଠି ବିରାଟ ବିରାଟ ଫାଟ । କାନ୍ଥ ଫାଟି ଆଁ କରିବା ପରେ ଭୟରେ ଘର ଛାଡୁଛନ୍ତି ଯୋଶୀମଠ ବାସିନ୍ଦା ।
ଦେବଭୂମି ଉତରାଖଣ୍ଡର ଧାର୍ମିକ ସହର ଭାବେ ପରିଚିତ ଯୋଶୀମଠ ଧିରେ ଧିରେ ତଳକୁ ଦବୁଥିବାରୁ, ସହରବାସୀଙ୍କ ଆଖିରୁ ନିଦ ହଜିଯାଇଛି । ଶୀତୁଆ ରାତିରେ ବି ଘର ଭିତରେ ରହିବା ଅପେକ୍ଷା, ଲୋକେ ବାହାରେ ବସିବାକୁ ସୁରକ୍ଷିତ ମଣୁଛନ୍ତି । ବିପଦସଙ୍କୁଳ ଘର ସଂଖ୍ୟା ୬ ଶହରୁ ଉଦ୍ଧ୍ୱର୍କୁ ଟପିଛି । ରାସ୍ତା ଫାଟି ସେଥିରୁ ପାଣି ବାହାରିବାକୁ ଲାଗିଛି । ପୂରା ସହର ବିପର୍ଯ୍ୟୟ ମୁହାଁ ହେବା ପରେ, ଏକପ୍ରକାର ସମୂହ ପଳାୟନର ଆଶଙ୍କା ସୃଷ୍ଟି ହୋଇଛି । ତେଣେ ଚୀନ୍ ସୀମାକୁ ସଂଯୋଗ କରୁଥିବା ଯୋଶୀମଠ-ମଲାରୀ ରାସ୍ତା ଫାଟି ଯିବାରୁ ପ୍ରତିରକ୍ଷା ଦୃଷ୍ଟିରୁ ବି ଚିନ୍ତା ବଢିଛି ।ଜରୁରୀ ସ୍ଥିତି ପାଇଁ ଏନଡିଆରଏଫ ଟିମ୍ ଏବଂ ଚପର୍ ପ୍ରସ୍ତୁତ ରଖାଯାଇଛି । ସାଟେଲାଇଟ ଫଟୋ ଉଠାଇ ଭୂସ୍ଖଳନର ସବିଶେଷ ରିପୋର୍ଯ ଦେବାକୁ ନ୍ୟାସନାଲ ରିମୋର୍ଟ ସେନ୍ସିଂ ସେଂଟରକୁ ଆଲର୍ଟ କରିଛନ୍ତି ସରକାର । ଜିଓଲିଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବି ସ୍ଥିତି ସମୀକ୍ଷା କରୁଛି । ସ୍ଥାନୀୟ ଲୋକେ ଭୂସ୍ଖଳନ ପାଇଁ ଟନେଲ ଖନନ ଓ ଜଳ ବିଦ୍ୟୁତ ପ୍ରକଳ୍ପକୁ ଦାୟୀ କରିବା ପରେ, ଯୋଶୀମଠ ଅଂଚଳରେ ସମସ୍ତ ନିର୍ମାଣ କାମ ବନ୍ଦ କରିଦିଆଯାଇଛି । ତେବେ କାହିଁକି ତଳକୁ ତଳକୁ ଦବୁଛି ଯୋଶୀମଠ? ଏହାଳ ଭୌଗୋଳିକ ବିପର୍ଯ୍ୟୟ ପ୍ରାକୃତିକ ନା ମନୁଷ୍ୟକୃତ? ବିଶେଷଜ୍ଞଙ୍କ ଅନୁସାରେ,୬/୭ ହଜାର ବର୍ଷ ତଳେ ହିମାଳୟ ପାଦ ଦେଶରେ ଏକ ବିରାଟ ଭୂସ୍ଖଳନ ହୋଇଥିଲା । ପାହାଡ ଧସିବାରୁ ମାଟି ପଥର ଆଦି ଜମା ହୋଇ ସୃଷ୍ଟି ହୋଇଥିଲା । ନୂଆ ଭୂମିରୂପ ସମୟକ୍ରମେ ତାରି ଉପରେ ଗଢି ଉଠିଛି ଯୋଶୀ ମଠ ସହର । ତେବେ ଏଠାକାର ମାଟି ଏବେବି ଦୁର୍ବଳ । ମାଟି ଜଳ ଦେଇ ପାଣି ଝରିବା ଯୋଗୁଁ, ଭୂତଳ ପଥରଖଣ୍ଡ ଗୁଡିକ ବି ହୁଗୁଳା ହୋଇଯାଉଛି । ୧୯୭୦ ରେ ଅଳକାନନ୍ଦାରେ ବଡ ବନ୍ୟା ଆସିବାପରେ ପ୍ରଥମ ଥର ପାଇଁ ଘରକାନ୍ଥ ଗୁଡିକରେ ଫାଟ ଆସିଥିଲା । ୧୯୭୬ରେ ଗଠିତ ଏମ୍.ସି.ମିଶ୍ର କମିଶନ କହିଥିଲେ, ଯୋଶୀମଠ ସହରର ଆୟୂଷ ମାତ୍ର ଶହେବର୍ଷ । ବଡ ଅଟ୍ଟାଳିକା ନିର୍ମାଣ, ପଥର ବ୍ଲାଷ୍ଟିଂ ଓ ଗଛକଟା ଆଦି ଉପରେ ତକ୍ରାଳ ରୋକ ଲଗାଇବାକୁ ପରାମର୍ଶ ବି ଦେଇଥିଲେ କମିଶନ । ହେଲେ ୪୭ ବର୍ଷ ସତର୍କବାଣୀକୁ ଭୃକ୍ଷେପ କରାନଯିବାରୁ, ଆଜି ଏଭଳି ବିପତି ଆସିଥିବା ଅଭିଯୋଗ ହେଉଛି । ଯୋଶୀମଠ ଭଳି ନୈନିତାଲ ଓ ଉତରକାଶୀ ମଧ୍ୟ ଭବିଷ୍ୟତରେ ବିପଦର ସାମ୍ନା କରିପାରେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।
very Nice
nice post
Good