ଗିରଫ ହେଲେ କୋଟିପତି ଯନ୍ତ୍ରୀ, ଜବତ ହେଲାଣି ୩ କୋଟି ୧୩ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି ଯନ୍ତ୍ରୀ ଗଲେ ଜେଲ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଲଗାତର ୨ଦିନର ମାରାଥନ ଚଢାଉ ପରେ ତାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳର ୮ ସ୍ଥାନରେ ଚଢାଉ ପରେ ତାଙ୍କ ପାଖରୁ ବିପୂଳ ପରିମାଣର ସମ୍ପତ୍ତି ଜବତ ହୋଇଥିଲା । ଗିରଫପରେ ତାଙ୍କୁ ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ ହାଜର କରଯାଇଥିଲା । କୋର୍ଟ ତାଙ୍କୁ ବର୍ତ୍ତମାନ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।
ବିଜୟାନନ୍ଦଙ୍କ ପାଖରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୩ ଲକ୍ଷ ୭୬ ହଜାରର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଏହା ତାଙ୍କ ଆୟ ଠାରୁ ୨୨୧ ପ୍ରତିଶତ ଅଧିକ । ଭୁବନେଶ୍ୱରକୁ ବଦଳି ହୋଇ ଆସିବା ପୂର୍ବରୁ ସେ ଢେଙ୍କାନାଳରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗରେ ନିର୍ବାହୀ ଯନ୍ତ୍ରୀ ଭାବେ କାମ କରୁଥିଲେ । ନିକଟରେ ପଦୋନ୍ନତି ପାଇ ସେ ଭୁବନେଶ୍ୱର ମୁଖ୍ୟାଳୟକୁ ଆସିଥିଲେ ।

You May Also Like

More From Author

+ There are no comments

Add yours