ଅଧିକ ଚାପଗ୍ରସ୍ତ ହେଉଛନ୍ତି ମହିଳା;କ୍ରୋଧସ୍ତର ରହିଛି ୪୦.୬%

ଗତ ୧୦ ବର୍ଷ ମଧ୍ୟରେ ମହିଳାଙ୍କ ଚାପ ଅଧିକ ବଢିଛି । ଲୋକଙ୍କ ପରିବର୍ତନ ମାନସିକ ସ୍ଥିତି ଜାଣିବା ପାଇଁ ଓ ସେମାନଙ୍କ ଭାବନା ବୁଝିବା ପାଇଁ ଗୋଟିଏ ସେର୍ଭ କରାଯାଇଥିଲା । ୨୦୧୨ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ୧୫୦ ଦେଶର ୧୨ ଲକ୍ଷ ଲୋକଙ୍କ ଉପରେ କରାଯାଇଥିଲା ଏହି ସେର୍ଭ । ଏଥିରୁ ଜଣା ପଡିଥିଲା ଯେ ୧୦ ବର୍ଷ ତଳେ ଉଭୟ ମହିଲା ଓ ପୁରୁଷଙ୍କର କ୍ରୋଧ ଓ ଚାପ ସ୍ତର ସମାନ ଥିଲା । କିନ୍ତୁ ଗତ ୧୦ ବର୍ଷରୁ ମହିଳାଙ୍କ ଚାପ ଅଧିକ ବଢିଛି । ସେମାନେ ଅଧିକ କ୍ରୋଧାନ୍ୱିତ ହେଇଛନ୍ତି । ଲୋକଙ୍କ କ୍ରୋଧ, ଚାପ ଓ ଚିନ୍ତାର ସ୍ତର ବଢିଛି । ଏହାରି ସହ ଗତ ଦଶ ବର୍ଷ ମଧ୍ୟରେ ବହୁତ ପରିବର୍ତନ ଆସିଛି । ଏବେ ଲୋକେ ପୂର୍ବ ଅପେକ୍ଷା ଅଧିକ ଉଦାସ ବା ଦୁଃଖୀ ରହୁଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ୬ ପ୍ରତିଶତ ଅଧିକ ରାଗନ୍ତି । ଭାରତରେ ପୁରୁଷଙ୍କ କ୍ରୋଧ ସ୍ତର ୨୭.୮ ପ୍ରତିଶତ ଥିବା ବେଳେ ମହିଳା ମାନଙ୍କର ଏହି ସ୍ତର ୪୦.୬ ପ୍ରତିଶତ ରହିଛି । କରୋନା ମହାମାରୀ ଦୁଇବର୍ଷ ଭିତରେ ଏହି ସ୍ତର ଅଧିକ ବଢିଛି । ଏହାର କାରଣ ହେଉଛି ସାରା ଦେଶରେ ପୂର୍ବ ଅପେକ୍ଷା ମହିଳାମାନେ ବେଶୀ ଶିକ୍ଷିତ ହୋଇଛନ୍ତି । ଚାକିରି କରିବା ସହ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି । ବାହାରେ ସମାନତା ବିଷୟରେ ଚର୍ଚ୍ଚା ହେଉଥିଲା ବେଳେ ଘରେ କିନ୍ତୁ ପୁରୁଷକୈନ୍ଦ୍ରିକ ପ୍ରଥା ଏବେ ବି ରହିଛି । ସେ ସବୁ ଜିନିଷକୁ ମହିଳା ନିଜ କ୍ରୋଦ୍ଧ ମାଧ୍ୟମରେ ପ୍ରକାଶ କରୁଛନ୍ତି । ଏବେ ମହିଳା ନିଜର ଭାବନା ବ୍ୟକ୍ତ କରିବା ପାଇଁ ଆଗକୁ ଆସୁଛନ୍ତି । କିନ୍ତୁ ପାରିଶ୍ରମିକ ତୁଳନାରେ ସେମାନଙ୍କୁ କମ ଦରମା ମିଳୁଛି । କମ ଦରମାରେ ହିଁ ସେମାନଙ୍କଠାରୁ ଅଧିକ କାମ ଆଶା କରାଯାଉଛି । ଯାହା ପାଇଁ କର୍ମକ୍ଷେତ୍ରରେ ମଧ୍ୟ ସେମାନଙ୍କ ମଧ୍ୟରେ ଏକ ବିରକ୍ତିକର ମନୋଭାବ ସୃଷ୍ଟି ହେଉଛି । ଏଥିପାଇଁ ସେମାନଙ୍କର କ୍ରୋଧ ବଢୁଛି ଏବଂ ସେମାନେ ଚିନ୍ତିତ ମଧ୍ୟ ହେଉଛନ୍ତି । ଏହାରି ସହ ସେମାନେ ଚାପଗ୍ରସ୍ତା ମଧ୍ୟ ହେଉଛନ୍ତି ।

You May Also Like

More From Author

+ There are no comments

Add yours