ସାଉଦିରେ ଆଉ ଏକ ବୁର୍ଜ ଖଲିଫା

ଦୁନିଆର ସବୁଠାରୁ ଉଚ୍ଚ କୋଠା ଦୁବାଇର ବୁର୍ଜ ଖଲିଫା । ବର୍ତମାନ ଏହାକୁ ପଛରେ ପକାଇବାକୁ ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ୍ ପ୍ରସ୍ତୁତ ହେଉଛନ୍ତି । ସାଉଦି ଆରବ ପବ୍ଲିକ ଇନଭେଷ୍ଟମେଂଟ ଫଣ୍ଡ ଏକ ମେଗା ଟାୱାର ନିର୍ମାଣ କରିବାକୁ ଯୋଜନା କରୁଛି । ରାଜଧାନୀ ରିୟାଦ୍ର ଉତରରେ ୧୮ କିଲୋମିଟର ଚଉଡା ଅଂଚଳରେ ଏହା ଏକ ବିକାଶମୂଳକ ଯୋଜନାରେ ନିର୍ମାଣ ହେବ । ଏହି ମେଗା ଟାୱାର ବୁର୍ଜ ଖଲିଫା ଉଚ୍ଚତାର ଦୁଇଗୁଣ ହେବ ଯାହା ବର୍ତମାନ ୮୨୮ ମିଟର ଉଚ୍ଚ ରହିଛି । ଏହି ପ୍ରକଳ୍ପ ସହିତ ଜଡିତ କଂଟ୍ରାକ୍ଟର ମାନେ କହିଛନ୍ତି ଯେ ରିୟାଦରେ ଏହି ଉଚ୍ଚକୋଠା ନିର୍ମାଣ ପାଇଁ ୫ ବିଲିୟନ ଡଲାର ଖର୍ଚ୍ଚ ହେବ । ମିଡିଆ ରିପୋର୍ଟ ଅନୁଯାୟୀ ମେଗା ଟାୱାର ନିର୍ମାଣ ପାଇଁ ଏକ ଡିଜାଇନ୍ ପ୍ରତିଯୋଗିତା ଚାଲିଛି । ଯେଉଁଥିରେ ଅଂଶଗ୍ରହଣ କ଼ରିବା ପାଇଁ ଦେୟ ୧ ମିଲିୟନ ଡଲାର ସ୍ଥିର କରାଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆଠଟି କମ୍ପାନୀକୁ ନିମନ୍ତ୍ରଣ କରାଯାଇଛି । ଦୁନିଆର କେତେକ ଅଗ୍ରଣୀ ସ୍ଥାପତ୍ୟ କମ୍ପାନୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଯାହାର ବିଶ୍ୱରେ ଅନେକ ମେଗାଟାୱାର ନିର୍ମାଣ କରିବାର ଅଭିଜ୍ଞତା ଅଛି । ପ୍ରୋଜେକ୍ଟ ସାଇଟ୍ରେ କିଙ୍ଗ ଖାଲିଦ ଆନ୍ତର୍ଜାତୀୟ ବିମାନବନ୍ଦର ପଶ୍ଚିମ ଦିଗରେ ଅବସ୍ଥିତ । ବିମାନ ବନ୍ଦରର ସମ୍ପ୍ରସାରଣ ଯୋଜନା ନିକଟରେ ଘୋଷଣା କରାଯାଇଥିଲା । ଏହା କିଙ୍ଗ ସଲମାନ୍ ଅନ୍ତର୍ଜାତିୟ ବିମାନବନ୍ଦର ଭାବେ ଜଣାଶୁଣା । ଯାହା ୨୦୩୦ ସୁଦ୍ଧା ପ୍ରସ୍ତୁତ ହେବ । ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଦୁନିଆର ସବୁଠାରୁ ବଡ ବିମାନ ବନ୍ଦର ହେବ । ଏହି ବିମାନ ବନ୍ଦର ୫୭ କିଲୋମିଟର ଅଂଚଳରେ ବସ୍ତାର ହେବ । ଗୋଟିଏ ପରେ ଗୋଟିଏ ୬ଟି ରନୱେ ରହିବ । ଏହା ବ୍ୟତୀତ ସାଉଦି ଆରବରେ ଅନ୍ୟାନ୍ୟ ଉଚ୍ଚ ଅଟ୍ଟାଳିକା ମଧ୍ୟ ଯୋଜନା କରାଯାଇଛି । ସାଉଦି ଆରବ ଏହାର ଭିଜନ ୨୦୩୦ରେ କାମ କରୁଛି । ସାଉଦି ଆରବ ନିଇଓମ୍ ସହର ସ୍ଥାପନ କରୁଛି, ଯାହାର ପ୍ରଥମ ମଡ୍ୟୁଲ ୧୭୦ କିଲୋମିଟର ଲମ୍ବ ହେବ । ଏହା ବ୍ୟତୀତ ସାଉଦି ଆରବରେ ୫୦୦ ମିଟର ଉଚ୍ଚ ହୋଟେଲ ନିର୍ମାାଣ କରାଯିବାର ମଧ୍ୟ ଯୋଜନା ରହିଛି । କେତେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏହି ପ୍ରକଳ୍ପ ମାଧ୍ୟମରେ ଦୁବାଇ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଛନ୍ତି ।

You May Also Like

More From Author

+ There are no comments

Add yours