ପିଲାଙ୍କ ଯୌନ ଶୋଷଣରେ ମୁହଁ ଖୋଲନ୍ତୁ ପରିବାର: ସିଜେଆଇ

Supreme court of India building in New Delhi, India.

“ଦେଶରେ ଏକ ନିରବତା ସଂସ୍କୃତି ରହିଛି । ଯାହା ଶିଶୁ ଯୌନ ଶୋଷଣର ଲୁକ୍କାୟିତ ସମସ୍ୟା ପାଲଟିଛି ।” ଏପରି କହି ପିଲାମାନଙ୍କ ସୁରକ୍ଷା ତଥା ଯୌନ ଶିକ୍ଷା ପାଇଁ ମତ ବାଢିଛନ୍ତି ପ୍ରଧାନ ବିଚାରପତି ଧନଞ୍ଜୟ ଯଶୱାନ୍ତ ଚନ୍ଦ୍ରଚୁଡ । ସାଧାରଣତଃ ପରିବାରରେ ଯଦି କୌଣସି ପିଲା ଏପରି ଯୌନ ଶୋଷଣର ଶୀକାର ହେଉଛନ୍ତି, ସେଠି କିଛି ପରିବାର ଲୋକେ ତାକୁ ଲୋକଲଜ୍ଜା ଡରରେ ଲୁଚାଇବାକୁ ଚେଷ୍ଟା କରନ୍ତି । ସେହି କ୍ଷେତ୍ରରେ ପୀଡିତ ଶିଶୁ ମାନସିକ ଆଘାତ ପାଇବା ସହ ଡିପ୍ରେସନର ମଧ୍ୟ ଶୀକାର ହୋଇଥାଏ । ତେବେ ଏପରି କ୍ଷେତ୍ରରେ ପରିବାରକୁ ଏନେଇ ମୁହଁ ଖୋଲି ବିରୋଧ କରିବା ପାଇଁ ଉତ୍ସାହିତ କରିବା ଉଚିତ ବୋଲି କହିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା ତଥା ପୋକ୍ସୋ ଅଧିନିୟମ ଉପରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକ୍ରମରେ ଏପରି ମତ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଯେ, ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବେଳେ ଶୁଣାଣିରେ ବିଳମ୍ବ ହୋଇଯାଏ । ଯାହା ପୀଡିତାଙ୍କ ମାନସିକ ଆଘାତକୁ ଆହୁରି ବଢେଇ ଦେଇଥାଏ । ଯେଉଁଥି ପାଇଁ କାର୍ଯ୍ୟନିର୍ବାହି ନ୍ୟାୟପାଳିକା ସହ ହାତ ମିଳେଇବା ଉଚିତ । କେବଳ ଏତିକି ନୁହେଁ, ଯୌନ ଶୋଷଣର ନିକାକରଣ ତଥା ଠିକ ସମୟରେ ଚିହ୍ନଟ କରିବା ଏବଂ ଆଇନରେ ଉପଲବ୍ଧ ପ୍ରତିକାର ବିଷୟରେ ରାଜ୍ୟ ତଥା ଅନ୍ୟାନ୍ୟ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ । ଏସବୁ ବ୍ୟତୀତ ପିଲାମାନଙ୍କୁ ନିରାପଦ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ ମଧ୍ୟରେ କ’ଣ ଭେଦଭାବ ରହିଛି ସେ ନେଇ ମଧ୍ୟ ଶିକ୍ଷା ଦେବା ଆବଶ୍ୟକ । ଯାହାକୁ ପୂର୍ବରୁ ଗୁଡ ଟଚ୍ ଓ ବ୍ୟାଡ ଟଚ୍ ଭାବେ ବିବେଚନା କରାଯାଉଥିଲା । ଏବେ ସେହି ଟଚ କେତେ ସୁରକ୍ଷିତ ଏବଂ ନିରାପଦ ସେ ନେଇ ସେମାନଙ୍କୁ ଜଣାଇବା ନିହାତି ଜରୁରୀ । ଏହି କାର୍ଯ୍ୟକ୍ରମରେ ସିଜେଆଇ ଅଧିନିୟମ ଅନୁଯାୟୀ ସମ୍ମତି ଦିଆଯାଇଥିବା ବୟସକୁ ନେଇ ବଢୁଥିବା ଚିନ୍ତାକୁ ବିଚାର କରିବାକୁ ଅନୁରୋଧ କରିଛନ୍ତି । ନାବାଳିକଙ୍କ ମଧ୍ୟରେ ସମ୍ମତି ଥିଲେମଧ୍ୟ ପକ୍ସୋ ଆକ୍ଟ ୧୮ ବର୍ଷରୁ କମ ଲୋକଙ୍କ ମଧ୍ୟରେ ଥିବା ସମସ୍ତ ଯୌନ କାର୍ଯ୍ୟକୁ ଅପରାଧ ବୋଲି ବିବେଚନା କରାଯାଇଥାଏ । ଯାହାକୁ ଏକ ସଙ୍ଗୀନ ବିଷୟ ରୂପେ ନେବା ଉଚିତ ବୋଲି କହିଥିଲେ ପ୍ରଧାନବିଚାରପତି ଡି ୱାଇ ଚନ୍ଦ୍ରଚୂଡ ।

You May Also Like

More From Author

+ There are no comments

Add yours