ସନ୍ୟାସ ନେବେ କି ପିସିସି ସଭାପତି?

“ପ୍ରମାଣ ଦେଲେ ରାଜନୀତି ଛାଡିଦେବି । ସନ୍ୟାସ ନେଇଯିବି ।”ଏପରି କିଛି କହି ଦଳୀୟ ନେତାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅସଲ କଥାଟି ହଉଛି ପଦ୍ମପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । ସୁରଙ୍କ ବିସ୍ଫୋରକ ବୟାନରେ ସେ କହିଥିଲେ ଯେ, କଂଗ୍ରେସ ସହ ବିଜେଡିର ଡିଲ ହୋଇଥିଲା । ଯେଉଁଥି ପାଇଁ ପଦ୍ମପୁରରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନିର୍ବାଚନ ହାରିଥିଲେ । ସୁରଙ୍କ ଏପରି ମନ୍ତବ୍ୟ ପରେ ଏବେ ପୁଣି ରାଜନୀତି ସରଗରମ ହୋଇପଡିଛି । ଏଥିରେ କ୍ଷୁବ୍ଧ ହୋଇ ଶରତ ପଟ୍ଟନାୟକ କହିଛନ୍ତି ଯେ, “ବିଜେଡି ଅଫିସରେ ବସିନୁ କି ବିଜେଡି ନେତାଙ୍କ ସହ କଥା ହେଇନୁ । ମୋ ଦଳର କୌଣସି କର୍ମୀ ବିକ୍ରି ହୋଇଥିଲେ ପ୍ରମାଣ ଦିଅନ୍ତୁ । ପ୍ରମାଣ ଦେଲେ କାର୍ଯ୍ୟନୁଷ୍ଠାନ ନେବି । ରାଜନୀତିରୁ ସନ୍ୟାସ ନେଇଯିବି । ଯଦି ଦମ୍ ନାହିଁ, ତେବେ ମୋ ନାଁରେ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ।” କିଛି ସମୟ ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ସହ ଡିଲ ହୋଇଥିବା ଅଭିଯୋଗକୁ ସତ ବୋଲି କହିଥିଲେ ସୁର । ପଦ୍ମପୁରରେ କଂଗ୍ରେସ ହାରିବା ପାଇଁ ଡିଲ ହୋଇଥିଲା ବୋଲି ସେ କହିଥିଲେ । ଦଳର ସବୁ ବରିଷ୍ଠ ନେତା କଂଗ୍ରେସକୁ ହରାଇବା ପାଇଁ ପଦ୍ମପୁର ଯାଇଥିଲେ । ସେମାନେ କଂଗ୍ରେସକୁ ଜିତାଇବାକୁ ଚାହୁଁନଥିଲେ । ଏନେଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ରିପୋର୍ଟ ଦେବେ ବୋଲି କହିଥିଲେ ସୁର । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଜଣେ ନିରୀହ ଲୋକ ବୋଲି କହିଛନ୍ତି ସୁର ରାଉତରାୟ । ଗୋଟିଏ ପଟେ ଚାଲିଛି ଭାରତ ଯୋଡୋ ଯାତ୍ରା । ଏହି ଆନ୍ଦୋଳନରେ ରାହୁଲ ଗାନ୍ଧୀ ଭାରତ ଯୋଡିବା ପାଇଁ ଚଳାଇଛନ୍ତି ଚେଷ୍ଟା । ଅନ୍ୟପକ୍ଷେ ପିଛା ଛାଡୁନି ଦଳୀୟ କନ୍ଦଳ । କଂଗ୍ରେସର ଇତିହାସରେ ଏହା କୌଣସି ନୂଆ କଥା ନୁହେଁ । ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଦେଖାଦେଇଛି ଏହି ମନଭେଦ । ତେବେ ରାଜ୍ୟରେ କଂଗ୍ରେସର ସ୍ଥିତିକୁ ନେଇ ବିରୋଧି ନେତା କଟାକ୍ଷ କରୁଥିବା ବେଳେ ସୁରଙ୍କ ବୟାନ ରାଜନୀତିର ଉଡା କଥାକୁ ଅହେୁରି ସକ୍ରିୟ କରିନେଦଇଥିଲା । ମାତ୍ର ବର୍ତମାନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଏପରି ପ୍ରତିକ୍ରିୟା ପରେ ରାଜ୍ୟ ରାଜନୀତିରେ ବଢିଯାଇଛି ଉଷ୍ମତା ।

You May Also Like

More From Author

+ There are no comments

Add yours