6ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବେପାରୀ ଗିରଫ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ପୋଲିସ୍ ପକ୍ଷରୁ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି । ଗିରଫ ବ୍ରାଉନ ସୁଗାର ବେପାରୀ ନିକଟରୁ ୬ ଲକ୍ଷ ଟଙ୍କା ମୁଳ୍ୟ ୬୨ ଗ୍ରାମ ବ୍ରାଉନ ସୁଗାର ଜଵତ କରା ଯାଇଛି । ଏହା ସହ ଆସାମୀ ନିକଟରୁ ଗୋଟିଏ ସୁକ୍ଟି ଜବତ କରିଛି । ଗିରଫ ଆସାମୀ ହେଉଛନ୍ତି ସଂଜୟ ଜୟ ସିଂ.ବୟସ (୪୩ )ବର୍ଷ ବୋଲି ଜଣାପଡିଛି । ଗିରଫ ସଂଜୟର ଘର ଟାଙ୍କୋଳ ଗ୍ରାମରେ ଚଢାଉରେ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱ ଗୋଟେ ଟିମ ଗଠନ ହୋଇଥିଲ । ଟିମରେ ସାମିଲ ଥିଲେ
SI ରୋହିତ କୁମାର ଦଣ୍ଡସେନା । ବିଶ୍ୱମ୍ବର ବିଶ୍ୱାଳ,ରତ୍ନାକର ଜାଲି,ପୁରୁଷୋତମ ପାଈକରାୟ,ଉର୍ମିଷ୍ଟା ସାମନ୍ତ ସିଂହାର.ତ୍ରିଲୋଚନ ଭୋଇ ପ୍ରମୁଖ ଅବକାରୀ କନେଷ୍ଟବଳ ସାମିଲ ହୋଇଥିଲେ ଟାଙ୍ଗୀ କେସ ନମ୍ବର 71/22-23 ରୁଜୁ କରି ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

You May Also Like

More From Author

+ There are no comments

Add yours