Thu. Oct 15th, 2026

ସୁବର୍ଣ୍ଣପୁର ଜିଲ୍ଲା ନୂତନ ଟାଉନ ହଲ ଠାରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେଡିର ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିବା ବେଳେ ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ଦେବେଶ ଆଚାର୍ଯ୍ୟଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇଥିଲେ । ଗତ କିଛି ଦିନ ତଳେ ବିଜେଡି ଦଳର ସଂଗଠନରେ ଆମୁଳଚୁଳ ପରିବର୍ତ୍ତନ କରାଯାଇଥିବା ବେଳେ ପ୍ରତ୍ୟକ ଜିଲ୍ଲାରେ ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଥିଲେ ।ତେବେ ବିଜେଡି ଦଳର ସଂଗଠନକୁ ଅଧିକ ମଜବୁଦ କରିବା ପାଇଁ ଏହି କାର୍ଯ୍ୟକାରିଣୀ ବୈଠକ କରାଯାଇଥିଲା । ଏଥିରେ ଜିଲ୍ଲା ସମସ୍ତ ଛଅଗୋଟି ବ୍ଲକକୁ ବିଜେଡି ଦଳର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ଆଗାମୀ ଦିନରେ ବିଜେଡି ଦଳକୁ ଅଧିକ ମଜବୁଦ କରିବା ସହିତ ତୃଣମୂଳ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ପହଂଚାଇବାକୁ ଅତିଥିମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ମନ୍ତ୍ର ଦେଇଥିଲେ ।

Leave a Reply

Your email address will not be published. Required fields are marked *