ଜୁଲାଇରେ ସ୍ୱାଭାବିକ ବର୍ଷା, ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତ୍ୟଧିକ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଜୁନ୍ ମାସରେ ବିଳମ୍ବିତ ମୌସୁମୀ ପାଇଁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ୱାଭାବିକ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର ପୂର୍ବ ଓ ଉତର ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ।

ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହୋଇପାରେ । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଅଞ୍ଚଳରେ ସ୍ୱାଭାବିକରୁ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକରେ ମଧ୍ୟ ଭଲ ବର୍ଷା ହୋଇପାରେ । ଉପକୂଳରେ ବର୍ଷା ପରିମାଣ ସ୍ୱାଭାବିକ ରହିପାରେ । ତେବେ ରାଜ୍ୟର କିଛି କିଛି ଅଂଚଳରେ ଜୁଲାଇରେ ନିଅଂଟିଆ ବର୍ଷା ସମ୍ଭାବନା ରହୁଥିବାରୁ ଜୁନର ନିଅଣ୍ଟିଆ ସ୍ଥିତି ଜୁଲାଇରେ ଭରଣା ହେବା ନେଇ ସନ୍ଦେହ ଉପୁଜିଛି ।

rain flows down from a roof down

You May Also Like

More From Author

+ There are no comments

Add yours