ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ତାତିଲା କଂଗ୍ରେସ; ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଲା ଅଣ୍ଡା ମାଡ଼

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଂଗ୍ରେସର ଅଣ୍ଡାମାଡ । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଜାରି ରହିଛି ଟାଟା ପାୱାରର ମନମାନି । ଅଘୋଷିତ ବିଦ୍ୟୁତ କାଟରେ ଏବେ ଅତିଷ୍ଠ ହୋଇଗଲେଣି ଲୋକେ । ଏଣୁ ଏହାକୁ ନେଇ ଟାଟା ପାୱାର ବିରୋଧରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ସୋନପୁର ସହର ମଝିପଡାରେ ଥିବା ଟାଟା ପାୱାର କାର୍ଯ୍ୟାଳୟକୁ ଅଣ୍ଡାମାଡ କରାଯାଇଛି । ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସର ନେତା ଓ କର୍ମୀମାନେ ଆଜି ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଟାଟା ପାୱାର ବିରୋଧରେ ନାରାବାଜି କରୁଛନ୍ତି ।

You May Also Like

More From Author

+ There are no comments

Add yours