୧୦କୋଟି ଭାରତୀୟଙ୍କ ହତ୍ୟା କାହାଣୀ!

ଇଂରେଜ ଶାସନର କମତା ଆପଣ ମାନେ ସମସ୍ତେ ଜାଣିଥିବେ । କେମିତି ଇଂରେଜ ମାନେ ଆମକୁ ଅତ୍ୟାଚାର କରୁଥିଲେ । କେମିତି ବୀର ସ୍ୱାଧିନତା ସଂଗ୍ରାମୀ ମାନେ ନିଜ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କଲେ । ଆପଣ ମାନେ ଆଜି ଏହା ବି ଜାଣି ସାରିଛନ୍ତି ଯେ ଭାରତୀୟ ବଂଶୋଦ୍ଭବ ବ୍ରିଟେନରେ ରାଜ କରୁଛନ୍ତି । ହେଲେ ବ୍ରିଟସ ଶାସନର ଏକ ଅକୁହା କଥା ଆମେ ଆପଣଙ୍କୁ କହିବୁ । ଆପଣମାନେ ଜାଣିଛନ୍ତି କି ବ୍ରିଟିସ ଶାସନ କାଳରେ ୪୦ ବର୍ଷରେ ୧୦୦ ମିଲିୟନ ଭାରତୀୟ ମୃତ୍ୟୁବରଣ କରିଥିଲେ । ହେଲେ ୧୦କୋଟି ଭାରତୀୟଙ୍କ ମୃତ୍ୟୁର କାରଣ ଜାଣି ଆଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁର୍ଭିକ୍ଷ, ଅନାହାର ଏବଂ କମ ମଜୁରୀ ଯୋଗୁଁ ପ୍ରତିଦିନ ମରୁଥିଲେ ହଜାର ହଜାର ଲୋକ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଏମିତି କିଛି ରିପୋର୍ଟ । ୧୮୮୦ ରୁ ୧୯୨୦ ପର୍ଯ୍ୟନ୍ତ ସମୟକୁ ଅଧ୍ୟୟନ କରିବା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଭରତୀୟଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ବ୍ରିଟେନର ଲୋକମାନେ ଭାରତରେ ଉପନିବେଶ ପାଇଁ ଗର୍ବ କରନ୍ତି । ସେମାନଙ୍କ ମୁତାବକ ସେମାନେ ଭାରତ ପାଇଁ ବହୁ କିଛି କରିଛନ୍ତି । ବ୍ରିଟେନ ଭାରତକୁ ପ୍ରାୟ ୨୦୦ ବର୍ଷ ଶାସନ କରିଥିଲା । ହେଲେ ସେହି ସମୟରେ ଇଂରେଜମାନେ ଭାରତର ପ୍ରାୟ ୪୫ ଟ୍ରିଲିୟନ ଡଲାର ସମ୍ପତ୍ତି ଲୁଟି ନେଇଥିଲେ । ଏବେ ଅଷ୍ଟ୍ରେଲିଆର ଦୁଇଜଣ ବିଶେଷଜ୍ଞ ଗବେଷଣା କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ୪୦ ବଷ ର୍ ଉପନିବେଶ ଶାସନ ସମୟରେ ବ୍ରିଟିସ ସରକାର ପ୍ରାୟ ୧୦ ନିୟୁତ ଭାରତୀୟଙ୍କୁ ହତ୍ୟା କରିଥିଲେ । ବିଟ୍ରେନର ବହୁ ସଂଖ୍ୟକ ଲୋକ ସେମାନଙ୍କ ଉପନିବେଶ ଉପରେ ଗର୍ବ କରନ୍ତି । ନିୟାନ ଫର୍ଗ୍ୟସନ ଏମ୍ପାୟାର, ହାଓ ବ୍ରିଟେମେଡେ ଦ ମର୍ଡନ ଓାର୍ଲ୍ଡ ଏବଂ ବ୍ରୁସ ଗିଲିଙ୍କ ଦ ଲାଷ୍ଟ ଇମ୍ପରିଆଲିଷ୍ଟ ପରି ଅନେକ ବିବାଦୀୟ ପୁସ୍ତକରେ କୁହାଯାଇଛି ଯେ ବ୍ରିଟିସ ଉପନିବେଶ ଭାରତ ତଥା ଅନ୍ୟାନ୍ୟ ଉପନିବେଶରେ ସମୃଦ୍ଧତା ଏବଂ ବିକାଶ ଆଣିଛି । ଦୁଇ ବର୍ଷ ପୂର୍ବେ, ୟୁଗୋଭ ସର୍ଭେ ରୁ ଜଣାପଜଡିଛି ଯେ ବ୍ରିଟେନର ୩୨ ପ୍ରତିଶତ ଲୋକ ଦେଶର ଉପନିବେଶ ଇତିହାସରେ ସକ୍ରିୟ ଭାବରେ ଗର୍ବ କରନ୍ତି । ଅର୍ଥନୀତି ଇତିହାସକାର ସି ଏଲନଙ୍କ ଅନୁସନ୍ଧାନ ଅନୁଯାୟୀ ଭାରତରେ ଦାରିଦ୍ର୍ୟ ୧୮୧୦ ମସିହାରେ ୨୩ ପ୍ରତିଶତରୁ ବୃଦ୍ଧି ପାଇ ବିଂଶ ଶତାଦ୍ଦୀର ମଧ୍ୟଭାଗରେ ବ୍ରିଟିସ ଶାସନରେ ୫୦ ପ୍ରତିଶତରୁ ଅଧିକ ହୋଇଯାଇଥିଲା । ବ୍ରିଟିସ ଉପନିବେଶ ସମୟରେ ବେତନ ହ୍ରାସ ପାଇଥିଲା । ଉପନିବେଶବାଦରୁ ଭାରତୀୟଙ୍କୁ ଉପକୃତ ହେବା ତ ଦୂରର କଥା, ଏହା ଏକ ମାନବୀୟ ବିପର୍ଯ୍ୟୟ ଥିଲା । ବ୍ରିଟେନର ତତକାଳୀନ ରାଜତନ୍ତ୍ର ଏବଂ ସେମାନଙ୍କ ମାଧ୍ୟମରେ ନିଯୁକ୍ତ ବ୍ରିଟିଶ ଅଧିକାରୀମାନେ ଏହା ନିର୍ମିତ ହୋଇଥିଲା । ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ୧୮୮୦ରୁ ୧୯୨୦ ମଧ୍ୟରେ ବ୍ରିଟିଶ ସାମ୍ରାଜ୍ୟବାଦର ଶକ୍ତି ସର୍ବାଧିକ ଥିଲା । ବ୍ରିଟେନ ପାଇଁ ଏହା ଏକ ସୁବିଧାଜନକ ବିଷୟ ଥିଲା କିନ୍ତୁ ଭାରତ ପାଇଁ ଏହା ବିପର୍ଯ୍ୟସ୍ତ ପ୍ରମାଣିତ ହୋଇଥିଲା । ୧୮୮୦ରୁ ଆରମ୍ଭ ହୋଇଥିବା ଇଂରେଜ ରାଜର ଶାସନ ଗଣନା ଦର୍ଶାଏ ଯେ ଏହି ସମୟରେ ମୃତ୍ୟୁ ହାର ଯଥେଷ୍ଟ ବୃଦ୍ଧି ପାଇଥିଲା । ୧୮୮୦ରେ ୧୦୦୦ ଲୋକଙ୍କ ଭିତରୁ ୩୭ ଜଣଙ୍କ ମୃତ୍ୟୁ ଘଟୁଥିଲା । ଯାହା ୧୯୧୦ରେ ୪୪ କୁ ବୃଦ୍ଧି ପାଇଥିଲା । ସେତେବେଳେ ଭାରତୀୟଙ୍କ ଆୟୁ ୨୬.୭ ବଷ ର୍ରୁ ୨୧.୯ ବଷ ର୍ରୁ ଖସି ଆସିଥିଲା । ଓାଲ୍ଡ ଡେଭଲପମେଂଟ ଜର୍ଣ୍ଣଲରରେ ପ୍ରକାଶିତ ଏକ ଜନଗଣନା ଅନୁଯାୟୀ ତଥ୍ୟ ବ୍ୟବହାର କରାଯାଇ ୧୮୮୦ ରୁ ୧୯୨୦ ମଧ୍ୟରେ ୪୦ ବଷ ର୍ ମଧ୍ୟରେ ବିଟ୍ରିସ ସାମାଜ୍ୟ ନୀତି ଦ୍ୱାରା ନିହତ ହୋଇଥିବା ଲୋକଙ୍କ ସଂଖ୍ୟା ଆକଳନ କରାଯାଇଥିଲା । ସାଧାରଣ ମୃତ୍ୟୁ ସଂଖ୍ୟାକୁ ଆଧାର କରି ରିପୋଟ ର୍ କହୁଛି ଯେ ବ୍ରିଟିସ ଉପନିବେଶବାଦରେ ୧୮୯୧ ରୁ ୧୯୨୦ ମଧ୍ୟରେ ପ୍ରାୟ ୫୦ ନିୟୁତ ଅଧିକ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା ।

You May Also Like

More From Author

+ There are no comments

Add yours