ଏଚଆଇଭି ପାଇଁ ଭ୍ୟାକସିନ

ଏଚଆଇଭି ଏକ ମାରାତ୍ମକ ରୋଗ । ଏଡ୍ସର ମୁଖ୍ୟ କାରଣ ହେଉଛି ଏଚଆଇଭି ଭାଇରସ୍ । ଏହି ଭାଇରସ୍ ମଣିଷ ଶରୀରର ଇମ୍ୟୁନ ସିଷ୍ଟମକୁ ପ୍ରଥମେ ହାନୀ ପହଂଚାଇଥାଏ । ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦିଏ । ଯାହା ଶରୀରର ଅନ୍ୟ କୌଣସି ସଂକ୍ରମଣ କିମ୍ବା ରୋଗକୁ ପ୍ରତିରୋଧ କରିବାରେ ଅକ୍ଷମ ହୋଇଥାଏ । ଏଚଆଇଭି ଭାଇରସ ଯାହାକୁ ସମୟ ପୂର୍ବରୁ ଚିକିତ୍ସା ନ କରିଲେ ଏହା ଏଡ୍ସରେ ପରିଣତ ହୋଇଯାଏ । ଏପରିକି ଏଚଆଇଭ ଆକ୍ରାନ୍ତ ରୋଗୀଙ୍କୁ ସମାଜରୁ ବାସନ୍ଦ ହେବାକୁ ମଧ୍ୟ ପଡିଥାଏ । ଯେଉଁଥି ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି ଲକ୍ଷ ଲକ୍ଷ ଲୋକ । କିନ୍ତୁ ଦର୍ଶକ ବନ୍ଧୁ ଏବେ ଏଚଆଇଭିକୁ ନେଇ ଆସିଛି ଖୁସି ଖବର । ସୁସ୍ଥ ହୋଇ ଯିବେ ମାରାତ୍ମକ ଏଚଆଇଭି ଏଡସ୍ରେ ଆକ୍ରାନ୍ତ ରୋଗୀ । ବିଶ୍ୱକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଚଆଇଭି ଭ୍ୟାକ୍ସିନ । ପରୀକ୍ଷା ମୂଳକ ଭାବେ ତିଆରି ହୋଇଥିବା ଏହି ଟିକା ରୋଗୀ ମାନଙ୍କ ପାଇଁ ବେଶ୍ ଫଳପ୍ରଦ ହେବ । ଯେଉଁ ଲକ୍ଷ ଲକ୍ଷ ରୋଗୀ ଏଡସ୍ରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ସେମାନଙ୍କ ପାଇଁ ଲାଭଦାୟକ ହେବ । ଯେଉଁ ଲୋକ ଏଚଆଇଭି ସଂକ୍ରମଣର ଶିକାର ହୁଅନ୍ତି ସେହି ରୋଗୀ ମାନଙ୍କ ଶରୀରରୁ ରୋଗ ପ୍ରତିଷେଧକ ଶକ୍ତି ଦ୍ରୁତ ଗତିରେ ହ୍ରାସ ପାଇଥାଏ । ଫଳରେ ଏହାର କୌଣସି ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏଚଆଇଭିକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ଏଚଆଇଭି ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକମାନେ କରିଥିବା କ୍ଲିନିକାଲ ଟ୍ରାଏଲରେ ସଫଳତା ପାଇଛନ୍ତି । ୯୭ପ୍ରତିଶତ ଲୋକଙ୍କ ଦେହରେ ଏଡସ୍ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଛି । ଏନେଇ ୩୬ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏଚଆଇଭି ଟିକାକୁ ପରୀକ୍ଷାମୂଳକ ଭାବେ ଟ୍ରାଏଲ କରିଥିଲେ ବୈଜ୍ଞାନିକ । ଏଥିରେ ୩୫ଜଣଙ୍କ ଶରୀରରେ ରୋଗ ବିରୋଧରେ ଆଂଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି । ତେବେ ଏହି ଟିକା ଏଡସ୍ ସଂକ୍ରମଣ ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ଦୁଇଟି ଡୋଜ୍ ଦିଆଯିବା ପରେ ଏହା ରୋଗୀ ଦେହରେ କାମ କରିବା ଆରମ୍ଭ କରିବା ସହିତ ଆଂଟିବଡି ସୃଷ୍ଟି କରିବ । ଅନ୍ୟପଟେ ଏହି ଭ୍ୟାକ୍ସିନରେ କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । ଦୁଇଟି ଡୋଜ୍ ପରେ ବୁଷ୍ଟର ଡୋଜ ଆବଶ୍ୟକ ପଡିପାରେ ବୋଲି କହିଛନ୍ତି ବୈଜ୍ଞାନିକମାନେ । ତେବେ ପ୍ରଥମେ ଏଚଆଇଭି ଭ୍ୟାକ୍ସିନର ପ୍ରଭାବ ଜାଣିବା ପାଇଁ ପ୍ରାଥମିକ ଷ୍ଟେଜରେ ଥିବା ରୋଗୀଙ୍କ ଶରୀରରେ ଟ୍ରାଏଲ କରାଯାଇଥିଲା । ହେଲେ ଏହା କେତେ ପ୍ରଭାବଶାଳୀ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏଠି ଆମେ ଆପମମାନଙ୍କୁ କହିରଖୁଛୁ ଯେ ୧୦ବର୍ଷରେ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ଯୌନ ସମ୍ପର୍କ କାରଣରୁ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି । ଅସୁରକ୍ଷିତ ଯୌନ ସମ୍ପର୍କ ହିଁ ଏହି ରୋଗର ମୁଖ୍ୟ କାରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏବେ ମଧ୍ୟ ଏହି ଭାଇରସରେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇଛନ୍ତି । ୨୦୨୧ ଶେଷରେ ୩ କୋଟି ୮୪ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି । ଏବଂ ୨୦୨୧ରେ ସମଗ୍ର ବିଶ୍ୱରେ ଏଚଆଇଭିରେ ୬.୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୨୧ରେ ଭାରତରେ ଏଡ୍ସ ମାମଲା ୬୨ହଜାର ୯୭୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧ହଜାର ୯୬୮ ଜଣ ରହିଛି । ଅର୍ଥାତ ପ୍ରତିଦିନ ହାରାହାରି ୧୧୫ ଜଣଙ୍କ ଏଡ୍ସ କାରଣରୁ ମୃତ୍ୟୁ ଘଟିଛି । ଯାହାକୁ ନେଇ ବୈଜ୍ଞାନିକ ମାନେ ଏଭଳି ଭ୍ୟାକସିନ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ଏଡ୍ସ ରୋଗୀଙ୍କ ପାଇଁ ଏକ ସଂଜୀବନୀ ସଦୃଶ ।

You May Also Like

More From Author

+ There are no comments

Add yours