ମନୁଷ୍ୟକୃତ ଥିଲା କରୋନା!

ମନୁଷ୍ୟକୃତ ଥିଲା ମହାମାରୀ କରୋନା ଭାଇରସ । କରୋନା ଭାଇରସ କୁ ନେଇ ପୁଣି ବିବାଦ ତେଜିବାରେ ଲାଗିଛି । ଜୈବିକ ଅସ୍ତ୍ର ଭାବେ ଉହାନ ଲାବ୍ରୋଟୋରୀରୁ ବାହାରିଛି ଭାଇରସ । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କୋଭିଡ ୧୯ ଭାଇରସର ସୃଷ୍ଟି ପ୍ରାକୃତିକ ନୁହେଁ ବରଂ କୃତିମ ଥିଲା । ଚୀନର ବିବାଦୀୟ ଉହାନ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ଥିଲା ଏହାର ଉତ୍ପତିସ୍ଥଳ । ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୌଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ବର୍ତମାନ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟ ହଫ୍ସ । ହଫ୍ସ ତାଙ୍କ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମେରିକୀୟ ସରକାରଙ୍କ ଅନୁଦାନରେ ଚାଲିଥିବା ଚୀନର ଏ ସରକାରୀ ଗବେଷଣା କେନ୍ଦ୍ରରୁ ଲିକ୍ ହୋଇଥିଲା ଭାଇରସ୍ । ହଫ୍ସଙ୍କ ପୁସ୍ତକର କିଛି ଅଂଶ ବ୍ରିଟିଶ ଖବରକାଗଜ ଦି ସନ୍ ପ୍ରକାଶ କରିଥିବା ବେଳେ ଏହାକୁ ଉଦ୍ଧୃତ କରି ଆମେରିକୀୟ ଖବର କାଗଜ ଦି ନିଉୟର୍କ ଟାଇମସ୍ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି । ବହୁଦିନର ଏହି ପୁରୁଣା ସନ୍ଦେହକୁ ନେଇ ପୁଣି ଚର୍ଚ୍ଚା ଆଲୋଚନା ହେବା ପରେ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଛି ଏହି ପ୍ରସଙ୍ଗ । ହଫ୍ସ, ବ୍ରିଟିଶ ଖବରକାଗଜ ଦି ସନ୍କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ଘଟଣା ପାଇଁ ଆମେରିକାକୁ ମଧ୍ୟ ଦାୟୀ କରିଛନ୍ତି । ୯/୧୧ ଆକ୍ରମଣ ଘଟଣା ପରେ ଆମେରିକା ପାଇଁ ଏହା ସବୁଠୁ ବଡ ଗୁଇନ୍ଦା ବିଫଳତା ବୋଲି କହିଛନ୍ତି ହଫ୍ସ । ସେ ଲେଖିଛନ୍ତି ଯେ ଚୀନର ଉହାନ ବିଜ୍ଞାନାଗାରରେ କରୋନା ଭୂତାଣୁ ଉପରେ ଗବେଷଣା ଚାଲୁଥିବା ବେଳେ ଆମେରିକା ସରକାର ପାଣ୍ଠି ଯୋଗାଉଥିଲେ । ସେଇଠୁ ଲିକ୍ ହୋଇ କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା । ହଫ୍ସ ହେଉଛନ୍ତି ସଂକ୍ରାମକ ରୋଗ ବିଷୟରେ ଅଧ୍ୟୟନ କରୁଥିବା ଏକ ଅଣଲାଭଜନକ ସଂସ୍ଥା ଇକୋହେଲ୍ଥ ଆଲାଏନ୍ସର ପୂର୍ବତନ ସଭାପତି । ସେ ଦାବି କରିଛନ୍ତି ଯେ, ଉହାନ ବିଜ୍ଞାନାଗାରରେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ନଥିଲା । ତେଣୁ ଭୂତାଣୁ ଲିକ ହୋଇ ମହାମାରୀ ସୃଷ୍ଟି କଲା । କିନ୍ତୁ ପୂର୍ବରୁ ଉଭୟ ଚୀନ ସରକାର ଏବଂ ଉହାନ ବିଜ୍ଞାନାଗାର କର୍ମଚାରୀ ମାନେ ଏହାକୁ ବାରମ୍ବାର ଅସ୍ୱିକାର କରି ଆସୁଥିଲେ । ୨୦୧୯ ଡିସେମ୍ବରରେ ଚୀନର ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିଲା କୋଭିଡ ୧୯ ଭାଇରସ । ତେବେ ସେତେବେଳେ ମଧ୍ୟ ଉହାନ ଗବେଷଣା କେନ୍ଦ୍ରରୁ ଏ ଭାଇରସ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଉଭୟ ଚୀନ୍ ଓ ଉହାନ୍ ଲାବ୍ କର୍ତୁପକ୍ଷ ଏହାକୁ ଖଣ୍ଡନ କରିଥିଲେ । ଏପରିକି ହୁ’ ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଉହାନ୍ ଯାଇ ଅନୁସନ୍ଧାନ କରିବାକୁ ଚାହିଁଥିଲେ ମଧ୍ୟ ସେତେବେଳେ ଚୀନ ଏଥିରେ ବାଧା ଦେଇଥିଲା ।

You May Also Like

More From Author

+ There are no comments

Add yours