ଶ୍ରଦ୍ଧାଞ୍ଜଳି ଦେବା ସହ ସଂସଦ ବୁଲି ଦେଖିଲେ ଶୀତିଲଗ୍ନା

ସଂସଦ ବୁଲି ଦେଖିବା ସହ ସଂସଦର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଭାରତର ମହାନ ଜନନାୟକ ତଥା ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ୧୩୦ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଇଂରାଜୀ ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରି ଅଜସ୍ର ପ୍ରଶଂସା ସାଉଁଟିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶୀତିଲଗ୍ନା ଶତପଥୀ । ଦିଲ୍ଲୀ ଏନସିଆରଟି ସହଯୋଗରେ ସଂସଦ ସଚିବାଳୟ ଦ୍ୱାରା ଆୟୋଜିତ ପ୍ରାଇଡ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଂଚଳିକ କାର୍ଯ୍ୟାଳୟ ତରଫରୁ ଓଡ଼ିଶାରୁ ଏକ ମାତ୍ର ଛାତ୍ରୀ ଭାବେ ଶୀତିଲଗ୍ନା ‘ତୁମର ସଂସଦକୁ ଜାଣ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂସଦର ଲୋକସଭା, ରାଜ୍ୟସଭା, ସଂସଦ ପାଠାଗାର ପ୍ରସ୍ତୁତି ଦେଖିବା ସହ ସଂସଦର ସେଣ୍ଟ୍ରାଲ ହଲରେ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଜୀବନି ଓ କୃତିତ୍ୱକୁ ନେଇ ଇଂରାଜୀ ଭାଷାରେ ଏକ ସଂକ୍ଷିପ୍ତ ଆକର୍ଷଣୀୟ ବକ୍ତବ୍ୟ ରଖିଥିଲେ ଶୀତିଲଗ୍ନା । ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ୨୬ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ବକ୍ତବ୍ୟ ରଖିବା ପାଇଁ ମନୋନିତ ହୋଇଥିଲେ । ତେବେ ଏଥିରେ ଓଡ଼ିଶାରୁ କେବଳ ଶୀତିଲଗ୍ନା ଶତପଥୀ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ଅଭିଭାବକ ଭାବେ କବି ରବି ଶତପଥୀ ଏହି ସୁଯୋଗରେ ସାମିଲ ହୋଇପାରିଥିଲେ । ମିଳିଥିବା ସୂଚନା ଅନୁସାରେ ସଡକ ସୁରକ୍ଷା ସଚେତନକୁ ନେଇ ନିକଟ ଅତୀତରେ ଆୟୋଜିତ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶୀତିଲଗ୍ନା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟସ୍ତରରେ ସମ୍ମାନିତ ହୋଇଥିଲେ ।

ତାଙ୍କର ଏପରି ସଫଳତାକୁ ନେଇ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ବିଶ୍ୱାଳ, ଶିକ୍ଷକ ଶ୍ରୀତରୁଣ କୁମାର ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି । ତେବେ ସେ ଏହାର ଶ୍ରେୟ ସଂସଦ ସଚିବାଳୟର ପ୍ରାଇଡ କାର୍ଯ୍ୟକ୍ରମ ଏବଂ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟକୁ ଦେଇଛନ୍ତି ।

You May Also Like

More From Author

+ There are no comments

Add yours