



କାୟାକଳ୍ପ ତରଫରୁ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ କୁଇଜ ପ୍ରତିଯୋଗୀତା । ପୁରୀ ପୁବା ଶାସନ ସ୍ଥିତ ମହାତ୍ମା ଗାନ୍ଧୀ ସ୍ମୃତି ଶିକ୍ଷା ବୈଷୟିକ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା। କଲେଜର ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ଏହାକୁ ଉଦଘାଟନ କରିଥିଲେ । ସମାଜସେବୀ ତଥା ଆର୍ୟୁବେଦ ବିଜ୍ଞାନୀ ଜ୍ଞାନ ରଞ୍ଜନ ଦାଶ, କର୍ଣ୍ଣେଲ ରମେଶ ମହାପାତ୍ର ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ତ୍ରିଲୋଚନ ଦାଶ କୁଇଜ୍ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ମଧୁସ୍ମିତା ଜେନା ସ୍କୋରର୍ ଥିଲେ। ଅଧ୍ୟାପକ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ସୌମ୍ଯା, ଶୁଭଲକ୍ଷ୍ମା, ପ୍ରିୟଙ୍କା, ଶ୍ରାବଣୀ ଶ୍ରେଷ୍ଠ ଛାତ୍ରୀ ଥିଲେ। ସେମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ଯାପକ ବରାହି ଶତପଥୀ, ଭାଗୀରଥ ସାହୁ ସହଯୋଗ କରିଥିବା ବେଳେ ଶିବ ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।