ଚାଲିଛି ଅପରେସନ ତନ୍ମୟ

ଚାଲିଛି ଅପରେସନ ତନ୍ମୟ। ବୋରୱେଲ ଗାତରେ ଫସି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସିପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର ବୋଲି ଜଣାପଡିଛି । ତନ୍ମୟ, ବାପା ସୁନୀଲ ଦିୟାବରଙ୍କ ସହ ବିଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବା ବେଳେ ପିଲାଟି ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପଂହଛି ଉଦ୍ଧାର କାମ ଜାରି ରଖିଛି । ସୂଚନା ଅନୁସାରେ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁର ସୁନୀଲ ଦିୟାବର, ମଙ୍ଗଳବାର ସନ୍ଧ୍ୟା ସମୟରେ ୭ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ସମୟରେ ଅଚାନକ୍ ଗାତକୁ ପଡିଯାଇଥିଲେ । ଗୋଟିଏ ସପ୍ତାହ ପୂର୍ବରୁ ସୁନୀଲ ଦିୟାବର ଏହି ବୋରୱେଲ ଖୋଳିଥିଲେ । ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମଟର ଖୋଲି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ମଙ୍ଗଳବାର ସଂନ୍ଧ୍ୟାରେ ପଡିଯାଇଥିଲେ ତନ୍ମୟ । ବୋରୱେଲରେ ଫସିଥିବା ତନ୍ମୟ କେମିତି ଅଛନ୍ତି । ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରୁଛି କି ନାହିଁ? ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଥିବା ବେଳେ ଯାହା ସୂଚନା ଆସୁଛି ତାହା ଅତ୍ୟନ୍ତ ଚିନ୍ତାଜନକ । ବୋରୱେଲ ଭିତରେ ତନ୍ମୟ ଅଚେତ ହୋଇଯାଇଥିବା କଥା ଏବେ ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ବୋରୱେଲର ଗଭୀର ୪ଶହ ଫୁଟ ହୋଇଥିବା ବେଳେ ୫୦ ଫୁଟରେ ତନ୍ମୟ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପଂହଚି ଉଦ୍ଧାର କାମ ଜାରି କରିଛି । ପିଲାଟିକୁ ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ବୋରୱେଲର ସମାନ୍ତରାଳରେ ଗାତ ଖୋଳି କୁନି ପିଲା ପାଖରେ ପଂହଚିବାକୁ ଉଦ୍ୟମ କରାଯାଉଛି । ଗତକାଲି ପିଲାଟି ବାପାଙ୍କ ସହ କଥାବାର୍ତା କରୁଥିବା ବେଳେ ଆଜି କୌଣସି ପ୍ରତିକ୍ର୍ରିୟା ଦେଉ ନାହିଁ । ତେଣୁ ତନ୍ମୟ ଅଚେତ ହୋଇପଡିଥିବା ଅନୁମାନ କରାଯାଉଛି । ବୋରୱେଲ ଗାତରେ ତନ୍ମୟର ମୁଣ୍ଡ ତଳକୁ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବଡ ବଡ ପଥର ବାଧକ ସାଜିଥିବା ଜଣାପଡିଛି । ମଧ୍ୟପ୍ରଦେଶରେ ଭୋପାଳ ଓ ହୋସଙ୍ଗାବାଦରୁ ଦୁଇଟି ଏସଡିଆରଏଫ ଟିମ୍ ଏବଂ ଏନଡିଆରଏଫ୍ ଟିମ ଘଟଣାସ୍ଥଳରେ ପଂହଚି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ।

You May Also Like

More From Author

+ There are no comments

Add yours