ଦିଲ୍ଲୀରେ ଦିଲ୍ ଜିତିଲା ଆପ୍

ଆସିଲା ଏମସିଡି ଫଳାଫଳା । ଦିଲ୍ଲୀରେ ବାଜି ମାରିଲା ଆମ୍ ଆଦମୀ ପାର୍ଟି । ୧୩୪ ଟି ସିଟ ସହ ବିଜେପିକୁ ଦେଇଥିଲା କଡ଼ା ଟକ୍କର । ୧୫ ବର୍ଷର ବିଜେପି ଗଡରେ ଝାଡୁ ମାରିଦେଲେ କେଜ୍ରିୱାଲ ସେନା । ଦିଲ୍ଲୀରେ ଚାଲିବ ଝାଡୁ । ସାମ୍ନାକୁ ଆସିଲା ଦିଲ୍ଲୀ ମହାନଗର ନିଗମ ବା ଏମସିଡିର ନିର୍ବାଚନ ଫଳାଫଳ । ଏଥିରେ ଆପ ଜିତିଛି ଦିଲ୍ଲୀବାସୀଙ୍କ ଦିଲ୍ । ୧୩୪ ଆସନରେ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଭୋଟ ଗଣତି କେନ୍ଦ୍ର ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏଥି ପାଇଁ ମୋଟ୍ ୪୨ ଗଣନା କେନ୍ଦ୍ର କରାଯାଇ ଥିବା ବେଳେ ୬୮ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଥିଲା । ଏଥର ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ୫୦.୪୭ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଥର ନିର୍ବାଚନରେ ୨୫୦ ୱାର୍ଡରେ ମୋଟ୍ ୧,୩୪୯ ପ୍ରାର୍ଥୀ ମଇଦାନରେ ଥିଲେ । ତେବେ ପୂର୍ବରୁ ଏକଜିଟ୍ ପୋଲ ଅନୁସାରେ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ଆଶଙ୍କା କରାଯାଉଥିଲା । ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି । ତେଣୁ ଏଥର ମଧ୍ୟ ଦଳ ବହୁମତ ପାଇ ପୁଣି ଶାସନ ଜାରି ରଖିବ ବୋଲି ଚର୍ଚ୍ଚା ହେଉଥିଲା । ଯେଉଁଥିପାଇଁ ଆପ୍ ଓ ବିଜେପି ମଧ୍ୟରେ ଚାଲିଥିଲା କଡା ଟକ୍କର । ଏହାରି ସହ ଦିଲ୍ଲୀବାସୀଙ୍କ ଦିଲ୍ ଜିତିଛି ଆମ ଆଦମୀ ପାର୍ଟି । ଗଣତି ଆରମ୍ଭ ପରଠାରୁ ହିଁ ଆପ୍ ର ପଲ୍ଲା ଭାରି ଥିଲା । ଧିରେ ଧିରେ ଏହି ପଲ୍ଲା ବିଜେପି ତୁଳନାରେ ଓଜନ ବଢେଇ ଚାଲିଲା । ଗୋଟିଏ ଗୋଟିଏ କରି କେଜ୍ରିୱାଲ ସେନାଙ୍କ ଖାତାରେ ଯୋଡି ହୋଇଗଲା ଭୋଟ । ତେବେ ଏହି ନିର୍ବାଚନରେ ଆପ୍ ହାତେଇଛି୧୨୬ଟି ସମର୍ଥନ । ବିଜେପି ଖାତାକୁ ଯାଇଛି ୧୦୪ଟି ଭୋଟ । ଯେଉଁଠି କଂଗ୍ରେସକୁ ମିଳିଛି ମାତ୍ର ୯ଟି ଭୋଟ । ଫଳାଫଳ ଘୋଷଣା ପରେ ଆପ୍ ନେତା ତଥା ଦିଲ୍ଲୀର ଡେପୁଟି ସିଏମ୍ ମନିଷ ସିସୋଦିଆ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଦିଲ୍ଲୀରେ ମୋଟ ୪୨ଟି ସେଂଟରରେ ଭୋଟ ଗଣତି ହୋଇଥିଲା । ମୋଟ ୭୩ ଲକ୍ଷ ୨୦ ହଜାର ୫ ଶହ ୭୭ ଲୋକ ଭୋଟ ଦେଇ ନିଜ ପ୍ରତିନିଧି ବାଛିଥିଲେ । ଦିଲ୍ଲୀରେ ଏଥର ୫୦ ଦଶମିକ୍ ୪୮ ପ୍ରତିଶତ ମତଦାନ ହୋଇଛି । ତେବେ ରାଜଧାନୀରେ ଆପ୍ ର ବଡ଼ ବିଜୟ ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

You May Also Like

More From Author

+ There are no comments

Add yours