ଫିଲ୍ଡକୁ ଓହ୍ଲାଇବେ ମହିଳା ଅମ୍ପାୟାର

ଆଗାମୀ ରଣଜୀ ଟ୍ରଫିରେ ମହିଳା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଂଟରେ ମହିଳା ଅମ୍ପାୟାର୍ସଙ୍କୁ ମିଳିବ ନିଯୁକ୍ତି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ । ବୃନ୍ଦା ରାଠୀ ଜନନୀ ନାରାୟଣ ଓ ଗାୟତ୍ରୀ ବେଣୁଗୋପାଳନଙ୍କୁ ଏନେଇ ଚୟନ କରାଯାଇଛି । ମହିଳା ଆଇପିଏଲ ପାଇଁ ଘୋଷଣା ପରେ ବିସିସିଆଇ ମହିଳାଙ୍କୁ ନେଇ ଏଭଳି ନିଷ୍ପତି ନେଇଛି । ଅନେକ ରାଜ୍ୟର କ୍ରିକେଟ ସଂଘ ଏବେ ମହିଳା କ୍ରିକେଟ ବ୍ୟତୀତ ସ୍ଥାନୀୟ ସ୍ତରରେ ପୁରୁଷ କ୍ରିକେଟ ବି ମହିଳା ଅମ୍ପାୟାରମାନଙ୍କୁ ସୁଯୋଗ ଦେଇଛି । କିନ୍ତୁ ଏପର୍ଯ୍ୟନ୍ତ ବିସିସିଆଇ ତରଫରୁ କେବେ ବି କୌଣସି ମହିଳା ଅମ୍ପାୟାର୍ସମାନଙ୍କୁ ପୁରୁଷଙ୍କ ସିନିୟର୍ସ ଟୁଂନାମେଠଟରେ ଅମ୍ପାୟାରିଂ କରିବାକୁ ନିଯୁକ୍ତି ଦେଇ ନଥିଲା । ବୃନ୍ଦା ରାଠୀ ଓ ଜନନୀ ନାରାୟଣ ଅଣ୍ଡ-୨୩ ପୁରୁଷ ସିକେ ନାଇଡୁ ଟ୍ରଫିରେ ଅମ୍ପାୟାରିଂ କରିବାକୁ ସୁଯୋଗ ମିଳିଥିଲା ।ମୁମ୍ବାଇର ୩୨ ବର୍ଷିୟା ବୃନ୍ଦା ରାଠୀ ମିଡିମ ସ୍ପେଶ ବୋଲର ଭାବେ ମୁମ୍ବାଇ ୟୁନିଭରସିଟି ପାଇଁ ପ୍ରତିନିଧିତ୍ୱ କରୁଥିଲେ ।ସେ ୨୦୧୦ରେ ବିସିସିଆଇର ସ୍କୋରିଂ ପରୀକ୍ଷା ପାସ କରିଛନ୍ତି । ୨୦୧୩ରେ ହୋଇଥିବା ମହିଳା ବିଶ୍ୱକପରେ ସେ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି କ୍ରମରେ ବୃନ୍ଦା ନ୍ୟୁଜିଲାଣ୍ଡ ଅମ୍ପାୟାର କୈଥୀ କ୍ରାସଙ୍କ ସହ ଭେଟ ହୋଇଥିଲା । ଏହାପରେ ମୁମ୍ବାଇ କ୍ରିକେଟ ଆସୋସିଏସନ ଓ ବିସିସିଆଇର ଅମ୍ପାୟାରିଂରେ ପରୀକ୍ଷା ଦେଇ ସେ ପାସ କରିଥିଲେ ।ଅନ୍ୟପଟେ ୩୬ ବର୍ଷୀୟା ଜନନୀ ନାରାୟଣ କେବେ ବି ଉଚ୍ଚସ୍ତରର କ୍ରିକେଟ ମ୍ୟାଚ ଖେଳି ନାହାନ୍ତି । ୨୦୦୯ ଓ ୨୦୧୨ ମସିହାରେ ତାମିଲନାଡୁ କ୍ରିକେଟ ଆସୋସିଏସନ ସହ ଯୋଗାଯୋଗ କରି ଅମ୍ପାୟାର ହେବାକୁ ସେ ଚେଷ୍ଟା କରିଥିଲେ । ୨୦୧୫ ମସିହାରେ ଜନନୀଙ୍କୁ ତାମିଲନାଡୁ କ୍ରିକେଟ ଆସୋସିଏସ ତରଫରୁ ଏକ ଫର୍ମ ଦିଆଯାଇଥିଲା ।ପରବର୍ତୀ ସମୟରେ ବିସିସିଆଇର ଲେବଲ୨ ଅମ୍ପାୟାରିଂ ପରୀକ୍ଷା ଦେଇ ପାସ ହୋଇଥିଲେ ଜନନୀ । ଦିଲ୍ଲୀରେ ବସବାସ କରୁଥିବା ୪୩ ବର୍ଷୀୟ ଗାୟତ୍ରୀ ବେଣୁଗୋପାଳନ ଜଣେ ପେଶାଦାର କ୍ରିକେଟର ହେବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଭ୍‌କ କାନ୍ଧରେ ଆଘାତ ଲାଗିଥିବାରୁ ତାଭ୍‌କର ଏହି ସ୍ୱପ୍ନ ପୁରଣ ହୋଇପାରିନଥିଲା । ପରେ ସେ ନିଜର କର୍ପୋରେଟ ଚାକିରି ଛାଡି ବିସିସିଆଇର ଅମ୍ପାୟାରିଂ ପରୀକ୍ଷା ପାସ କରିଥିଲେ ।୨୦୧୯ରୁ ସେ ଜଣେ ଅମ୍ପାୟାର ଭାବେ ମନୋନୀତ ହୋଇଛନ୍ତି ।

You May Also Like

More From Author

+ There are no comments

Add yours