ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ । ଭାରୋତୋଳନ ତାରକା ତଥା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୀରାବାଈ ଚାନୁ ବିଶ୍ୱ ଚାମ୍ପିୟନରେ ଇତିହାସ ସୃଷ୍ଟି କରିଛନ୍ତି । କଲମ୍ବିଆ ବଗୋଟାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚାମ୍ପିୟନସିପରେ ଭାରତ୍ତୋଳନରେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଈ ଚାନୁ । ଅଲମ୍ପିକ ଚାମ୍ପିୟନ ହୋଉ ଜିହାଉଙ୍କୁ ପରାସ୍ତ କରି ରୌପ୍ୟ ପଦକ ଜିତିଛନ୍ତି ଚାନୁ ।୨୦୦ କିଲୋ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି । ହୋଉ ଜିହଉ ୧୯୮ କିଲୋ ଭାର ଉଠାଇଥିଲେ । ମୀରା ତାଙ୍କ ଠାରୁ ଆଉ ୨ କେଜି ଅଧିକ ଭାର ଉଠାଇ ବିଜୟୀ ହୋଇଛନ୍ତି । ସେହିପରି ଚାଇନାର ଜିଆଙ୍ଗ ହୁହୁଆ ମୋଟ ୨୦୬ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।ସେହିପରି ହୋଉ ଜିହଉ ବୋଞ୍ଜ ପଦକ ହାସଲ କରିଛନ୍ତି ।୨୦୦ କିଲୋ ଉଠାଇ ରୌପ୍ୟ ଜିତିବାରେ ସଫଳ ହୋଇଛନ୍ତି ୨୮ ବର୍ଷୀୟ ମୀରାବାଈ । ଏକ ପ୍ରଶିକ୍ଷଣ ଅଧିବେଶନରେ ତାଙ୍କ ହାତଗୋଡରେ ଆଘାତ ଲାଗିଥିଲା । ଆଘାତ ସତ୍ୱେ ଏହି ଜାତୀୟ ଖେଳରେ ଅଂଶଗ୍ରହଣର କରିଥିଲେ ମୀରାବାଈ । ସମ୍ପୂର୍ଣ୍ଣ ଫିଟ ନଥିଲେ ସେଥିପାଇଁ ସେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ । ରୌପ୍ୟ ପଦକ ହାସଲ ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । କେନ୍ଦ୍ର ଆଇନ ମନ୍ତ୍ରୀ ମୀରାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ ମୀରାବାଈ । ଆମର ଲକ୍ଷ୍ୟ ୨୦୦ ପାଇବା ଥିଲା ।ପ୍ରତ୍ୟେକ ଯୋଗ୍ୟତା ଇଭେଂଟରେ ୨୦୦ କିଲୋଗ୍ରାମରୁ ଅଧିକ ଓଜନ ଆରାମରେ ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ । ତେଣୁ ଆମେ ଏହି ଇଭେଂଟରେ ଅଧିକ ଚାପ ପକାଇ ନାହୁଁ । ମୀରାବାଈଙ୍କ ରୌପ୍ୟ ଜିତିବା ଆମକୁ ଆତ୍ମବିଶ୍ୱାସ ଦେଇଛି ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ବିଜୟ ଶର୍ମା କହିଛନ୍ତି । କମଅନ ୱେଲର୍ଥ ଗେମ ପରେ ଏହା ମଧ୍ୟ ପ୍ରଥମ ଆନ୍ତର୍ଜାତୀୟ ପ୍ରତିଯୋଗିତା ଥିଲା ।ଯେଉଁଥିରେ ଚାନୁ ଅଂଶଗ୍ରହଣ କରିଥିଲେ ।

You May Also Like

More From Author

+ There are no comments

Add yours