ଏଟିଏମ ରୁ ବାହାରିବ ସୁନା

ଏଟିଏମ କହିଲେ ସାଧାରଣ ଭାଷାରେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହୁ କି ଏପରି ଏକ ଏଟିଏମ ରହିଛି ଯେଉଁଥିରୁ ଟଙ୍କା ବଦଳରେ ବାହାରୁଛି ସୁନା । ତେବେ ଆପଣ ଶୁଣି ତାଜୁବ୍ ହେବେ ନିଶ୍ଚୟ । ଆଜ୍ଞା ହଁ ଖବରଟି ସମ୍ପୂର୍ଣ୍ଣ ସତ୍ୟ । ଦେଶରେ ପ୍ରଥମଥର ପାଇଁ ହାଇଦ୍ରାବାଦରେ ତିଆରି ହୋଇଛି ଏପରି ଏକ ନିଆରା ଏଟିଏମ । ଯେଉଁଥିରୁ ଟଙ୍କା ବଦଳରେ ବାହାରୁଛି ସୁନା କଏନ । ବେଗମପେଟ୍ରେ ଗୋଲଡ୍ସିକ୍କା ଲିମିଟେଡ ନାମକ କମ୍ପାନି ପକ୍ଷରୁ ଏହି ଏଟିଏମର ଉନ୍ମୋଚନ କରାଯାଇଛି । ଫଳରେ ଗ୍ରାହକମାନେ ଗହଣା ଦୋକାନକୁ ନଯାଇ ଏଟିଏମରୁ ସୁନା କଏନ କିଣିପାରିବେ । ଏଠାରେ ୨୪ ଘଂଟା ସୁନା କିଣିବା ପାଇଁ ସୁଯୋଗ ମିଳିବ । ହାଇଦ୍ରାବାଦର ଓପନକ୍ୟୁବ ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏଥିପାଇଁ ସଫ୍ଟୱେର ଯୋଗାଇ ଦିଆଯାଇଛି । ଏହା ବିଶ୍ୱର ପ୍ରଥମ ରିଅଲ ଟାଇମ ସୁନା ଏଟିଏମ ତଥା ହାଇଦ୍ରାବାଦରେ ବିଶ୍ୱର ପ୍ରଥମ ରିୟଲ ଟାଇମ ସୁନା ଏଟିଏମ ବୋଲି ଦାବି କରାଯାଇଛି । ଅର୍ଥାତ ବଜାରରେ ସୁନା ମୂଲ୍ୟରେ ହେଉଥିବା ଉତ୍ଥାନ ପତନ ଅନୁସାରେ ଏଠାରେ ମଧ୍ୟ ମୂଲ୍ୟରେ ପରିବର୍ତନ ଦେଖିବାକୁ ମିଳିବ । ସେହି ପରିବର୍ତିତ ଦରରେ ସୁନା କଏନ କିଣାଯାଇପାରିବ । କ୍ରେଡିଟ କିମ୍ବା ଡେବିଟ୍ କାର୍ଡ ଜରିଆରେ ସୁନା କଏନ କିଣିପାରିବେ ଗ୍ରାହକ । ୦.୫ ଗ୍ରାମ, ୧ ଗ୍ରାମ, ୨ ଗ୍ରାମ, ୫ ଗ୍ରାମ, ୧୦ ଗ୍ରାମ, ୨୦ ଗ୍ରାମ, ୫୦ ଗ୍ରାମରୁ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ଏଟିଏମରୁ ବାହାରି ପାରିବ । ଏଟିଏମରେ ୫ କେଜି ପର୍ଯ୍ୟନ୍ତ ସୁନା ରହିବାର କ୍ଷମତା ରହିଛି, ଯାହାର ମୂଲ୍ୟ ପ୍ରାୟ ୧ରୁ ୩ କୋଟି ଟଙ୍କା ହେବ । ଆଗାମୀ ଦିନରେ ଦେଶରେ ପାଖାପାଖି ୩ ହଜାର ଏଟିଏମ ସ୍ଥାପନ କରିବା ସହ ବିଦେଶରେ ମଧ୍ୟ ଖୋଲିବା ଯୋଜନା ରଖିଛି କମ୍ପାନି । ଗୋଲ୍ଡସିକ୍କା କମ୍ପାନୀର ଉପାଧ୍ୟକ ପ୍ରତାପ କହିଛନ୍ତି ଯେ ଗୋଲ୍ଡସିକ୍କା ଲିମିଟେଡ ଏକ ଚାରିବର୍ଷ ପୁରୁଣା କମ୍ପାନୀ । ଏହା ବୁଲିଅନ ଟ୍ରେଡିଂରେ ଜଡିତ । ଏହି ଏଟିଏମର ମୁଖ୍ୟ ପାର୍ଟ ହେଉଛି ଏଥିରୁ ସୁନା ମୁଦ୍ରା କାଢିବା ସହ ସୁନା ମୂଲ୍ୟରେ ଲାଇଭ ଅପଡେଟ ହେବ । କମ୍ପାନୀ କହିଛି ଯେ ଲୋକମାନେ ସୁନାରେ ବିନିଯୋଗ କରୁଛନ୍ତି ଏବଂ ଦିନକୁ ଦିନ ସୁନା ଚାହିବା ବଢୁଛି । ଏହାକୁ ଦୃଷ୍ଟିରେ ରଖି ଏହି ସୁନା ଏଟିଏମ ସଂସ୍ଥାପିତ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ବର୍ତମାନ ସହଜରେ ଶୁଦ୍ଧ ସୁନା ପାଉଛନ୍ତି । ଗୋଲ୍ଡ ଏଟିଏମର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ୨୪ଇନ୍ଟୁ ୭ ସୁବିଧା ଯୋଗାଇବା । ସୁନା ଏଟିଏମରୁ ବିତରଣ ହେଉଥିବା ମୁଦ୍ରାଗୁଡିକ ହେଉଛି ୨୪ଳ ସୁନା ଏବଂ ୯୯୯ ସାର୍ଟିଫିକେଟ ଯୁକ୍ତ । ସୁନାର ଲାଇଭ ମୂଲ୍ୟ ମଧ୍ୟ ଏହାର ପରଦାରେ ଦେଖାଯିବ । ଲୋକମାନେ ଅଳଙ୍କାର ଦେକାନକୁ ଯିବା ପରିବର୍ତେ ସିଧାସଳଖ ମୂଦ୍ରା ପାଇପାରିବେ ।

You May Also Like

More From Author

+ There are no comments

Add yours