ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’


ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିଛି । ୧୯୮୫ ଗୁଜରାଟ ବିଧାନସଭା ନିର୍ବାଚନରେ ମାଧବ ସିଂହ ସୌଲାଙ୍କିଙ୍କ ନେତୃତ୍ୱରେ କଂଗ୍ରେସ ୧୪୯ ସିଟ ହାସଲ କରିଥିଲେ । ଭାଜପା କିନ୍ତୁ ୧୫୬ ଆସନ ଜିତି ଇତିହାସ ସୃଷ୍ଟି କରିଛି । କଂଗ୍ରେସ ଗୁଜରାଟ ଇତିହାସର ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ତେବେ ଏହାରି ଭିତରେ ଆପ ଦେଶର ଏହି ପଶ୍ଚିମ ରାଜ୍ୟରେ ନିଜର ଦମଦାର ଉପସ୍ଥିତି ଜାହିର କରିଛି । ଦଳ ମାତ୍ର ୫ଟି ଆସନ ଜିତିଛି କିନ୍ତୁ. ୧୩ ପ୍ରତିଶତ ଭୋଟ ନିଜ ସପକ୍ଷରେ କରିଛି । ଆପ ଯେଉଁ ୫ ସିଟରେ ବିଜୟୀ ହୋଇଛି ୨୦୧୭ରେ ଏହି ସବୁ ଆସନରେ ୨ଟି ସିଟରେ ବିଜେପି, ୨ଟି ସିଟରେ କଂଗ୍ରେସ ଏବଂ ଗୋଟିଏ ଆସନରେ ଭାରତୀୟ ଟ୍ରାଇବାଲ ପାର୍ଟିର ପ୍ରାର୍ଥୀ ବିଜୟୀ ହୋଇଥିଲେ ।


ଗୁଜରାଟରେ ଏହିଭଳି ୩୫ଟି ଆସନ ରହିଛି ଯେଉଁଥିରେ ଆପ ଦ୍ୱିତୀୟ ସ୍ଥାନରେ ରହିଛି । ୩୯ଟି ସିଟ ଏହିଭଳି ରହିଛି ଯେଉଁଠାରେ କଂଗ୍ରେସ ଏବଂ ଆପକୁ ପରାଜୟ ଅନ୍ତରରୁ ଅଧିକ ଭୋଟ ମିଳିଛି । ଅର୍ଥାତ ଆପ ଓ କଂଗ୍ରେସର ଭୋଟ ମିଶିଲେ ବିଜୟୀ ପ୍ରାର୍ଥୀଙ୍କ ଠାରୁ ଏହା ଯଥେଷ୍ଟ ଅଧିକ ରହିଛି । ଆପ ଯେତିକି ଭୋଟ ଗୁଜରାଟରେ ହାସଲ କରିଛି ସେଥିରେ ୫୦ ପ୍ରତିଶତରୁ ଅଧିକ ଭୋଟ ଦଳ ଦ୍ୱାରା ଲଢାଯାଇଥିବା ୧୮୧ସିଟ ମଧ୍ୟରୁ ଆସିଛି । ୩୮ ଆସନରେ ୨୧ ପ୍ରତିଶତର ଭୋଟ ଦଳ ପାଖକୁ ଆସିଛି । ଆପ ମୋଟ ୧୮୧ ପ୍ରାର୍ଥୀଙ୍କୁ ଟିକଟ ଦେଇଥିଲା । ଏଥିରେ ୧୩୬ ଜଣ ଆମାନତ ହରାଇଥିଲେ । ଡିଡିୟାପାଡାରେ ଆପ ପ୍ରାର୍ଥୀ ୫୦ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଥିଲେ । ପ୍ରାର୍ଥୀ ଚୈତର ବାସାବା ବିଜୟୀ ମଧ୍ୟ ହୋଇଥିଲେ । ଜାମଜୋଧପୁରରେ ଆପର ହେମନ୍ତ ଅହିର ପୂର୍ବତନ ମନ୍ତ୍ରୀ ଚିମନ ସାପରିୟାଙ୍କୁ ହରାଇଛନ୍ତି । ଲଟ୍ଠାକାଣ୍ଡରେ ଚର୍ଚ୍ଚାରେ ଥିବା ବୋଟାଦରୁ ଆପ୍ ପ୍ରାର୍ଥୀ ଉମେଶ ମକବାନା ବିଜୟ ହାସଲ କରିଛନ୍ତି । ବିସାବଦର ଆସନରେ ଆପ ପ୍ରାର୍ଥୀ ଭୁପେନ୍ଦ୍ର ଭାଇ ବିଜେପି ପ୍ରାର୍ଥୀ ହର୍ଷଦ ରିବଡିୟାଙ୍କୁ ହରାଇଥିଲେ । ଗାରିୟାଧର ଆସନରେ ଆପ ପ୍ରାର୍ଥୀ ସୁଧୀର ବଧାନୀ ଭାଜପାର କେଶୁଭାଇ ନାକରାଣୀଙ୍କୁ ହରାଇଥିଲେ ।
ଗୁଜରାଟ ନିର୍ବାଚନ ପରେ ଆପ୍ ରାଷ୍ଟ୍ରୀୟ ଦଳ ହୋଇଯାଇପାରେ । ବର୍ତ୍ତମାନ ଦଳ ଦିଲ୍ଲୀ, ପଞ୍ଜାବ, ଏବଂ ଗୋଆରେ ଆଞ୍ଚଳିକ ଦଳ ଭାବେ ଉଭାହୋଇଛି । ରାଷ୍ଟ୍ରୀୟ ଦଳର ଦରଜା ମିଳିବା ପାଇଁ ରାଜନୈତିକ ଦଳକୁ ସବୁଠାରୁ କମ ୪ ରାଜ୍ୟରେ ଆଞ୍ଚଳିକ ଦଳ ଭାବେ ସ୍ୱିକୃତୀ ପାଇବା ଦରକାର । ତେଣୁ ଗୁଜରାଟ ନିର୍ବାଚନ ଆପ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆପ ନିର୍ବାଚନରେ ୧୨ ପ୍ରତିଶତରୁ ଅଧିକ ଭୋଟ ହାସଲ କରିବା ସହ ୫ ଆସନରେ ବିଜୟୀ ହୋଇଛି । ଏହିଭଳିଭାବେ ଗୁଜରାଟରେ ଆପକୁ ଆଞ୍ଚଳିକ ଦଳ ଭାବେ ସ୍ୱିକୃତୀ ମିଳିବା ନିଶ୍ଚିତ । ଏହା ପରେ ଦଳ ୪ ରାଜ୍ୟରେ ଆଞ୍ଚଳିକ ଦଳ ହୋଇଯିବ । ଏହା ପରେ ଦଳ ରାଷ୍ଟ୍ରୀୟ ଦଳ ହୋଇଯିବ ।

You May Also Like

More From Author

+ There are no comments

Add yours