ହକି ବିଶ୍ୱକପ୍ ଆୟୋଜନକୁ ନେଇ ସନ୍ଦେହରେ ଭାରତ

ଭାରତ ହାତରୁ ଯିବ କି ହକି ବିଶ୍ୱକପ ଆୟୋଜନ? ଏହି ଆୟୋଜନର ଅଧିକାର ହାତଛଡା ହେବା ନେଇ ଏବେ ଭୟ ସୃଷ୍ଟି ହେବାରେ ଲାଗିଲାଣି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାର ଅଛି । ତେବେ ଏନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି । ଯଦି ଏହା ନ ହୁଏ ତାହାହେଲେ ଭାରତ ହାତରୁ ଆୟୋଜକ ଅଧିକାର ଛଡାଇ ନିଆଯିବ ବୋଲି ଏଫଆଇଏଚ ଚେତାବନୀ ଦେଇଛି । ଏ ନେଇ ହକି ଇଣ୍ଡିଆର ସିଓଓକୁ ପତ୍ର ପଠାଯିବ ବୋଲି କୁହାଯାଇଛି । ଆସନ୍ତା ନଭେମ୍ବର ୪ ଓ ୫ରେ ଏଫଆଇଏଚର କାର୍ଯ୍ୟକାରୀ ବୈଠକ ବସିବ । ଏହା ମଧ୍ୟରେ ହକି ଇଣ୍ଡିଆକୁ ନିର୍ବାଚନ କରିବାକୁ ପଡିବ । ହକି ଇଣ୍ଡିଆ ଜାତୀୟ କ୍ରୀଡା ନୀତିକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିବା ପରେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ୩ ଜଣିଆ କମିଟି ଗଠନ କରିଛି । ନରିନ୍ଦର ବାତ୍ରାଙ୍କ ଆଜୀବନ ସଦସ୍ୟ, ଏଲିନା ନର୍ମାନଙ୍କୁ ସିଇଓ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ହାଇକୋର୍ଟ କହିଥିଲେ । ଏହା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା ।

You May Also Like

More From Author

+ There are no comments

Add yours