Wed. Oct 14th, 2026

ଆରମ୍ଭ ହୋଇଯାଇଛି ସଂସଦର ମୌସୁମୀ ଅଧିବେଶନ । ଏହା ସହ ଆରମ୍ଭ ହୋଇଯାଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବା ପ୍ରଣାଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସାଂସଦ ଭୋଟ ଦେଇଛନ୍ତି। ଏଥିସହ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିବା ଦଳଗୁଡ଼ିକ ଭୋଟ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି, ଜନତା ଦଳ ୟୁନାଇଟେଡ୍, ଏଆଇଡିଏମକେ, ବିଜେଡି, ବହୁଜନ ସମାଜ ପାର୍ଟି (ବିଏସପି), ୱାଇଏସଆରସିପି, ଏଡିଏସ, ଆରଏଲଜେପି, ଆସାମ ଗଣ ପରିଷଦ (AGP), ପିଏମକେ, ନାଗା ପିପୁଲ୍ସ ଫ୍ରଣ୍ଟ, ଏନପିପି, ଜେଜେପି, ୟୁପିପିଏଲ, ଏମଏନଏଫ, ଏନଡିପିପି, ଏଜେଏସୟୁ, ଲୋକ ଜନଶକ୍ତି ପାର୍ଟି, ମହାରାଷ୍ଟ୍ର ନବନିର୍ମାନ ସେନା, ଜନତା କଂଗ୍ରେସ ଛତିଶଗଡ, ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚା, ହିନ୍ଦୁସ୍ତାନୀ ଆୱାମ ମୋର୍ଚା, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ, ଆରଏଏସପି, ଜନସେନା ପାର୍ଟି, ଏଆଇଏନଆରସି, ହରିୟାଣା ଲୋହିତ ପାର୍ଟି, ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି, ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟ, ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟି, ହିଲ୍ ଷ୍ଟେଟ୍ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି, କୁକି ପିପୁଲ୍ସ ଆଲାଇନ୍ସ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଆଠୱାଲେ, ତାମିଲ ମାନିଲା କଂଗ୍ରେସ ମୋପାନାର, ଆଇପିଏଫଟି, ପିବିକେ, ଶିରୋମଣି ଅକାଳୀ ଦଳ, ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), ଜେଏସଡିଏଲ, ଶିବସେନା ଏବଂ ଶିବସେନା ବିଦ୍ରୋହୀ ଗୋଷ୍ଠୀ (ଏକନାଥ ସିନ୍ଦେ), ଜେଏମ୍ଏମ୍, ସୁହେଲଦେବ ଭାରତୀୟ ସମାଜ ପାର୍ଟି ଓ ଜନତା ଦଳ ଧର୍ମନିରପେକ୍ଷ ପରି ଜାତୀୟ ଓ ଆଞ୍ଚଳିକ ଦଳ ଦ୍ରୈପଦୀଙ୍କୁ ସମର୍ଥନ କରୁଛନ୍ତି ।

Leave a Reply

Your email address will not be published. Required fields are marked *