ଯଶୋଦା ମା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ଆଶାକିରଣ ଓ ଯଶୋଦା ମା ପରିବାରର ସଦସ୍ୟଙ୍କ ମିଳିତ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଶ୍ରୀମତୀ ବନ୍ଦନା ପଣ୍ଡା। ତାଙ୍କ ସହ କଳା ପାଇଁ ବିଶ୍ଵ ରେକର୍ଡରେ ସ୍ଥାନ ପାଇଥିବା ଶ୍ରୀମତୀ ଗାୟତ୍ରୀ ମାଭୁରୁ ଓ ନନ୍ଦିଘୋଷ ଟିଭିର  ଉପସ୍ଥାପିକା ଶୁଭଶ୍ରୀ ମହାପାତ୍ର ଯୋଗ ଦେଇଥିଲେ । ଏହା ଛଡା ଉତ୍ସବରେ ଶିକ୍ଷାବିତ୍ ଶାନ୍ତନୁ ମହାପାତ୍ର, ପଶୁପ୍ରେମୀ ପ୍ରଦୀପ ଦାସ, ସମାଜସେବୀ ପ୍ରତ୍ୟୁଷ ଭଞ୍ଜ ଓ ମିରାଜ୍ ମହାରଣା ,ବର୍ଣ୍ଣବୋଧ ପାଠଶାଳାର ଗୁରୁମା ଶ୍ରୀମତୀ ସ୍ୱର୍ଣ୍ଣମଞ୍ଜରୀ ବେହେରା ଓ ଛବିତା ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଫାଉଣ୍ଡେସନର ମୁଖ୍ୟ ନିବେଦିତା ଲେଙ୍କା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ପ୍ରଥମ ବର୍ଷରେ ଯଶୋଦା ମା ଫାଉଣ୍ଡେସନ ବିଭିନ୍ନ ଲୋକାଭିମୁଖୀ କାମ ଆରମ୍ଭ କରିଛି । ଦଶମ ଶ୍ରେଣୀରେ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହାୟତା ପ୍ରଦାନ ଅନୁଷ୍ଠାନ ପାଇଁ ସଫଳତା ଆଣିଦେଇଛି । ଏହା ସହ ବସ୍ତିରେ ରହୁଥିବା ପିଲାଙ୍କ ପାଇଁ ବର୍ଣ୍ଣବୋଧ ପାଠଶାଳା ଅଭିଯାନ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଉଛି । ଏହା ସହ ଭାଗବତ ଚର୍ଚ୍ଚା, ବିଭିନ୍ନ ବସ୍ତିରେ ଯୋଗ ପ୍ରଶିକ୍ଷଣ ଶିବିର ମାନ କରାଯାଉଛି ।

ଯଶୋଦା ମା ଫାଉଣ୍ଡେସନକୁ ଆଗକୁ ବଢାଇବା ପାଇଁ ବୌଦ୍ଧିକ ଓ ଆର୍ଥିକ ସହଯୋଗ ନେଇ ନିବେଦନ କରିଥିଲେ ଶ୍ରୀମତି ନିବେଦିତା ଲେଙ୍କା । ସମାଜସେବୀ ନିବେଦିତା ଲେଙ୍କାଙ୍କ ଉଦ୍ୟମ ଓ ସହଯୋଗ,ଏବେ ସୁଦ୍ଧା ଶତାଧିକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ସଫଳ ହୋଇଛି । ଯଶୋଦା ମା ଫାଉଣ୍ଡେସନର ଜନ୍ମବାର୍ଷିକ ଅବସରରେ ଅନୁଷ୍ଠାନର ଯଶୋଦା ମାଆ ଭାବେ ଜଣାଶୁଣା ନିବେଦିତା ଲେଙ୍କା ନିଜର ଜନ୍ମଦିନ ପାଳନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଯଥା ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଶକ୍ତି ଶଙ୍କର ଦାଶଙ୍କୁ ଯୋଶଦା ମା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଥିଲା । ଯଶୋଦା ମା ଫାଉଣ୍ଡେସନ ସମସ୍ତଙ୍କ ପାଇଁ କିଭଳି ଶିକ୍ଷା ପହଁଞ୍ଚିପାରିବ ,ସେ ନେଇ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

https://youtu.be/CAh04DK7FxY

You May Also Like

More From Author

+ There are no comments

Add yours