ବାଡି ଧରି ବିଦ୍ୟାଳୟ ଯାଉଛନ୍ତି ଦିବ୍ୟାଙ୍ଗ ମୋହନ ,ମିଳୁନି ସହାୟତା

ରିପୋର୍ଟ – ନିର୍ମଳ ବିଷୋୟୀ

ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ ।  ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି  ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ ଦିନରାତି ନିୟୋଜିତ ରହିବା ସହ ମୂଲ ଲାଗୁଛନ୍ତି ପରିବାର ଲୋକେ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୂର୍ ପଞ୍ଚାୟତ ଅନ୍ତର୍ଗତ ରାବଣ।ଗୁଡା ଗ୍ରାମର ବଳରାମ ମାଝୀ ଙ୍କ ୮ ବର୍ଷ ର ପୁଅ ମୋହନ ମାଝୀ। ବାଡି ଧରି ଯାଉଛନ୍ତି ଦିବ୍ୟାଙ୍ଗ ଛାତ୍ର । ପିଲାଟି ଦିନରୁ ଦୁଇ ଗୋଡ଼ ଅକାମୀ।  ଚାଲିବା ପାଇଁ ବାଡି ର ସହାୟତା ନେବାକୁ ପଡୁଛି। ତଥାପି ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ମିଳି ପାରିନି। ଅର୍ଥ ଅଭାବ ରୁ ପରିବାର ଲୋକ ପୁଅ ର ଚିକିତ୍ସା କରିପାରୁନାହାନ୍ତି।  ଭିନ୍ନକ୍ଷମ ପ୍ରମାଣ ପତ୍ର ନଥିବା ରୁ ଭତ୍ତା ମଧ୍ୟ ମିଳି ପାରିନି। ବଳରାମ ଙ୍କ ପରିବାର କହିଲେ ପତ୍ନୀ ତୁଳସୀ ଓ ଦୁଇ ପୁଅ। କିନ୍ତୁ ବଡ଼ପୁଅ ମୋହନ ଙ୍କ ଦୁଇ ଗୋଡ଼ ଜନ୍ମରୁ ଅକାମୀ ଥିବାରୁ ପରିବାର ଲୋକେ ଏବେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ବଳରାମ ବଢେଇ କାମ କରି ପରିବାର ଚଳାଉଥିଲେ। କିନ୍ତୁ କିଛି ମାସ ହେବ କାମ ଛାଡି ଦେଇଥିବାରୁ ଘର ଚଳେଇବା ଓ ପିଲାଙ୍କ ଭରଣ ପୋଷଣ କରିବା ରେ ସମସ୍ୟା ଦେଖା ଯାଉଛି । ଗତ ଦିନରେ ପରିବାର ଲୋକ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ମୋହନ ର ଚିକିତ୍ସା କରାଇଥିଲେ ହେଁ ମୋହନ ର ସ୍ବାସ୍ଥ୍ୟ ଅବସ୍ଥା ରେ କୌଣସି ସୁଫଳ ମିଳିନଥିଲା।ଅନ୍ୟପଟେ ଭିନ୍ନକ୍ଷମ ପ୍ରମାଣ ପତ୍ର ହୋଇପାରୁନଥିବାରୁ ଭତ୍ତା ମିଳିବାରେ ସମସ୍ୟା ରହିଥିବା ଜଣାପଡିଛି ।ଅନ୍ୟ ପଠେ ଆଧାର କାର୍ଡ ଥାଇ ମଧ୍ୟ୍ୟ ସରକାରୀ ସହାୟତା ମିଳିପାରୁନି । ଭିନ୍ନକ୍ଷମ ପ୍ରମାଣ ପତ୍ର ହୋଇପାରୁନଥିବାରୁ ଭତ୍ତା ମିଳୁ ନଥିବାବେଳେ ପରିବାରକୁ ମାତ୍ର ସରକାର ଙ୍କ ତରଫରୁ ମାସକୁ ପନ୍ଦର କିଲୋ ଚାଉଳ ମିଲୁଛି । ଦୁଃଖର ବିଷୟ ପ୍ରଶାସନ ତରଫରୁ ଟ୍ରାଇ ସାଇକେଲ ମଧ୍ୟ୍ୟ ମିଳିପାରିନି ।ପ୍ରଶାସନ ଏ ମାମଲାରେ ହସ୍ତକ୍ଷେପ କରି ଅତି ଶୀଘ୍ର ମୋହନ ମାଝୀ ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବା ସହ ପରିବାରକୁ ଶୀଘ୍ର ସହାୟତା ଯୋଗାଇ ଦେବାକୁ ଭିନ୍ନକ୍ଷମ ପୁଅ ମୋହନ ମାଝୀ  ଅନୁରୋଧ କରିଛନ୍ତି ।

You May Also Like

More From Author

+ There are no comments

Add yours