ଡିମାଣ୍ଡରେ ଗହମ

ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ପରି ଓଡିଶାରେ ଏବେ ଚାଉଳ ବଦଳରେ ଅଧିକ ଗହମ ଦାବି ହେଉଛି।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏନଏ) ୨୦୧୩ ଅନୁଯାୟୀ ରାଜ୍ୟବାସୀଙ୍କର ମୂଳ ଆବଣ୍ଟନକୁ ପୁନଃ ସ୍ଥାପନ କରିବାକୁ ତଥା ଗହମ-ଚାଉଳ ଆବଣ୍ଟନ ଅନୁପାତରେ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ କୁହାଯାଇଛି।  ମେ ୧୪ ରେ ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ଘୋଷଣା କରିଥିଲେ ଯେ, ରାଜ୍ୟମାନଙ୍କ ସହିତ ପରାମର୍ଶ କରିବା ପରେ କେନ୍ଦ୍ର ଏନଏଫଏନଏ  ଅଧୀନରେ ଗହମ ଏବଂ ଚାଉଳର ଅନୁପାତ ବଦଳାଇ କିଛି ପରିମାଣ ବଣ୍ଟନ କରାଯାଇଛି। ୬୦:୪୦ ଅନୁପାତରେ ଗହମ ଓ ଚାଉଳ ପାଇବାକୁ ଥିବା ରାଜ୍ୟଗୁଡିକ ବର୍ତ୍ତମାନ ଏହାକୁ ୪୦:୬୦ ରେ ପାଇବେ। ଯେତେବେଳେ ୭୫:୨୫ ରେ ଆବଣ୍ଟନ କରୁଛନ୍ତି ସେମାନେ ବର୍ତ୍ତମାନ ୬୦:୪୦ ରେ ପାଇବେ । ଯେଉଁ ରାଜ୍ୟରେ ଚାଉଳ ଆବଣ୍ଟନ ଶୂନ ହୋଇଛି, ସେମାନେ ଗହମ ପାଇବା ଜାରି ରଖିବେ । ଛୋଟ ରାଜ୍ୟ ଏବଂ ସ୍ବତନ୍ତ୍ର ବର୍ଗ ରାଜ୍ୟଗୁଡିକ ପାଇଁ ଆବଣ୍ଟନ ପରିବର୍ତ୍ତନ କରାଯାଇ ନାହିଁ।  ଖାଦ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ପଦକ୍ଷେପ ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ୧୦ ମାସ (ଜୁନ୍-ମାର୍ଚ୍ଚ) ମଧ୍ୟରେ ପ୍ରାୟ ୬୧ ଲକ୍ଷ ଟନ୍ ଗହମ ସଞ୍ଚୟ କରିବ। ମେ ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା  ଅଧୀନରେ ଗହମ ଆବଣ୍ଟନରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଶିଷ୍ଟ ଘୋଷଣା କରାଯାଇଥିଲା।  ସେହି ହିସାବରେ ୫୫ ଲକ୍ଷ ଟନ୍ ଗହମ ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି।  ଗହମର କ୍ଷତିପୂରଣ ପାଇଁ ସମାନ ପରିମାଣର ଚାଉଳ ବଣ୍ଟନ କରାଯାଇଛି ।

ଏନଏଫଏନଏ ଅଧୀନରେ ଗହମ ବଣ୍ଟନକୁ ୧୦ ଟି ଅଞ୍ଚଳ ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ପାଇଁ ନିମ୍ନକୁ ସଂଶୋଧିତ କରାଯାଇଥିଲା।  ଏହି ରାଜ୍ୟଗୁଡିକ ଏନଏଫଏନଏ ଅଧୀନରେ ଥିବା ୮୧.୩୫ କୋଟି ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୫୫.୧୪ କୋଟି (୬୭%) ରହିଛି।

୧୦ ଟି ରାଜ୍ୟ ମଧ୍ୟରେ  ଆବଣ୍ଟନକୁ ସଂଶୋଧନ କରାଯାଇଥିବା ପାଞ୍ଚଟି ରାଜ୍ୟ ହେଲେ – ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ। ଏଠାରେ ସମଗ୍ର ଭାରତର ହାରାହାରି ଚାଉଳ ବ୍ୟବହାର ଅଧିକ (ଗ୍ରାମୀଣ: ୫.୯୭୬, ସହରୀ: ୪.୪୮୭ କିଲୋଗ୍ରାମ / ବ୍ୟକ୍ତି / ମାସ)  ୨୦୧୧-୧୨ ରେ  ଅବଶିଷ୍ଟ ପାଞ୍ଚଟି ରାଜ୍ୟରେ ଏହା ଜାତୀୟ ହାରଠାରୁ କମ୍ ଥିଲା।  ଗହମ ପାଇଁ, ମୁଣ୍ଡପିଛା ଜାତୀୟ ହାରାହାରି ମାସିକ ୪.୨୮୮  କିଲୋଗ୍ରାମ (ଗ୍ରାମୀଣ) ଏବଂ ୪.୦୧୧  କିଲୋଗ୍ରାମ (ସହରାଞ୍ଚଳ) ତୁଳନାରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବ୍ୟବହାର ଅଧିକ ଥିଲା । ଓଡିଶା, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ କମ୍।  ଗୁଜୁରାଟ ଏବଂ ଝାଡଖଣ୍ଡରେ ଏହା ଗ୍ରାମାଞ୍ଚଳର ଜାତୀୟ ହାରଠାରୁ କମ୍ ଏବଂ ସହରାଞ୍ଚଳରେ ଅଧିକ ଥିଲା।

You May Also Like

More From Author

+ There are no comments

Add yours