Wed. Oct 14th, 2026

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମରେ ରହିଥିବା ଜିଲ୍ଲାକୃଷି କାର୍ଯ୍ୟଳୟ, ବ୍ଲକ କୃଷି କାର୍ଯ୍ୟଳୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ଠାରେ ସମ୍ବାଦ ଓ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାପଡାହାଣ୍ଡି ବ୍ଲକ ସମ୍ବାଦ ପ୍ରତିନିଧି ଏନ. ଜନାର୍ଦନ ରାଓ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧକ୍ଷା ସୁଶାନ୍ତ ବେହେରା, ଜିଲ୍ଲା କୃଷି ଅଧିକାରୀ ଆୟୁରଦେହୀ ମିଶ୍ର,ବ୍ଲକ କୃଷି ଅଧିକାରୀ ସୋମ୍ୟରଞ୍ଜନ ପାତ୍ର,ଅଗ୍ନିଶମ ଓଆସି ଦେବଚନ୍ଦ ଶବର ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ଼. ପ୍ରଭାତ ବିଶ୍ୱାଳ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସର ରେ ଅତିଥିମାନେ ବୃକ୍ଷର ଉପକାରିତା , ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ ପାଇଁ ଗୁରୁତ୍ୱ ଦେବାକୁ କହିଥିଲେ ।

ବ୍ଲକ କୃଷି କାର୍ଯ୍ୟଳୟ, ଜିଲ୍ଲା କୃଷି କାର୍ଯ୍ୟାଳୟ ,ଅଗ୍ନିଶମ ବିଭାଗ ପରିସର ରେ ବିଭିନ୍ନ କିସମର କୃଷ୍ଣଚୁଡା, ରାଧାଚୂଡ଼ା,ହରିଡ଼ା, ବାହାଡା, ଜାମ୍ବ ଭଳି ଶହେରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ତ୍ରିନାଥ ଅମନାତ୍ୟ,ନନ୍ଦ କିଶୋର ବିଷୋୟୀ, ସିଦ୍ଧାର୍ଥ ଜୋଏଲ, ରାମପ୍ରସାଦ ଦାସ, ଅନିଲ ଭତରା, ସୁବାସିନୀ କୁଲଦୀପ, ସନ୍ତୋଷ ହରିଜନ, ଭି. ବିକାଶ ରାଓ, ଜିଲ୍ଲାକୃଷି ଓ ବ୍ଲକକୃଷି କାର୍ଯ୍ୟଳୟର ପ୍ରଫୁଲକୁମାର ଜୋଏଲ, ଉମାଶଙ୍କର ରଥ, ତୀର୍ଥ ଚରଣ ନାୟକ, ବିଷ୍ଣୁପ୍ରିୟା ସାହୁ, ଜିତେନ୍ଦ୍ର ଟାକ୍ରୀ ଓ କର୍ମଚାରୀ ଅଗ୍ନିଶ୍ରମ କାର୍ଯ୍ୟଳୟ ନରତ୍ତମ ପାଣ୍ଡେ ଓ କର୍ମଚାରୀ, ବନ ବିଭାଗ ସୁଶାନ୍ତ କୁମାର ମାଝୀ, କୁନ୍ତଳା କୁମାରୀ ଖୁରା, ଲକିରାମ ମାଝୀ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ ।

ରିପୋର୍ଟ- ନିର୍ମଳ ବିଷୋୟୀ

Leave a Reply

Your email address will not be published. Required fields are marked *